ମନ୍ଦିର ପରିଦର୍ଶନ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ଆଧୁନିକ ଏବଂ ଅଙ୍ଗ ପ୍ରଦର୍ଶନ ହେଉଥିବା ପୋଷାକ ପିନ୍ଧିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ପରିଚାଳନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ଡ୍ରେସ୍ କୋଡ୍ ଅନୁଯାୟୀ ସର୍ଟସ, ମିନି ସ୍କର୍ଟ, ମିଡି, ସ୍ଲିଭ୍ଲେସ୍ ଟପ୍, ଲୋ-ରେଜ୍ ଜିନ୍ସ କିମ୍ବା ସର୍ଟ ଟି-ସାର୍ଟ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ।
ଏହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ଅନୁପଯୁକ୍ତ ପୋଷାକ ପିନ୍ଧିଥିବା ପର୍ଯ୍ୟଟକମାନଙ୍କୁ ଲୁଙ୍ଗି କିମ୍ବା ଶାଲ ଯୋଗାଇ ଦେବେ। ଏହି ପୋଷାକ ଛାତି, ପେଟ ଏବଂ ଗୋଡକୁ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଇପାରିବ, ଯାହା ଦ୍ୱାରା ବ୍ୟକ୍ତିମାନେ ସମ୍ମାନର ସହ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।
୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଡ୍ରେସ୍ କୋଡ୍ରୁ ମୁକ୍ତ କରାଯାଇଥିବା ବେଳେ ୧୦ ବର୍ଷରୁ ଅଧିକ ପିଲା ଓ ବୟସ୍କମାନେ ଏହାକୁ ପାଳନ କରିବାକୁ ପଡ଼ିବ। ମନ୍ଦିର ଗୁଡ଼ିକ ଫ୍ୟାସନ୍ ଶୋ’ର ସ୍ଥାନ ନୁହେଁ, ବରଂ ପୂଜା ଓ ଧ୍ୟାନ ପାଇଁ ପବିତ୍ର ସ୍ଥାନ ବୋଲି ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି। ମନ୍ଦିରକୁ ଯିବା ସମୟରେ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିବାକୁ ସେମାନେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି।