Onn 3

ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ, ଟ୍ରକ୍‌ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

State

 

tea

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ଗତ ୫ ବର୍ଷରେ ସବୁ ରେକର୍ଡ଼ ଭାଙ୍ଗିଛି ଓଡ଼ିଶା। ଏହି ସଡ଼କ ଦୁର୍ଘଟଣା କେତେ ପରିବାର ଉଚ୍ଛନ କରିଦେଉଥିବା ବେଳେ ଅନେକଙ୍କ ଆଖିରୁ ଆଜିବି ଶୁଖୁନି ଲୁହ । ତେବେ ଏହି ସଡ଼କ ଦୁର୍ଘଟଣା ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏକ ଅଭିନବ ପ୍ରୟାସ ଆପଣାଇଛନ୍ତି । ଟ୍ରକ୍‌ ଚାଳକଙ୍କୁ ଚା’ ପରଷିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ତେବେ ରାତି ଅନିଦ୍ରା କାରଣରୁ ଟ୍ରକ୍‌ ଡ୍ରାଇଭର ମାନଙ୍କର ଭୋରୁ ଭୋରରୁ ଆଖି ଲାଗିଯାଏ ଫଳରେ ରାଜ ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ମୂଲ୍ୟବାନ୍‌ ଜୀବନ ଚାଲିଯାଉଛି । ତେବେ ଏହି ଚା’ ଛଡ଼ାଇବ ନିଦ ରୋକିବ ଦୁର୍ଘଟଣା । ଏଥିପାଇଁ ପରିବହନ ବିଭାଗ ନେଇଛନ୍ତି ପଦକ୍ଷେପ। ଜିଲ୍ଲାସ୍ତରରେ ଚିହ୍ନଟ ହେବ ହୋଟେଲ ଏବଂ ଢାବା । ଏହି ସମସ୍ତ ଖର୍ଚ୍ଚକୁ ବହନ କରିବେ ସରକାର । ଏନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି।

ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା, ହୋଟେଲରେ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’। ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଏଭଳି ପ୍ରୟାସ କରିଛନ୍ତି ସରକାର। ଅନେକ ସମୟରେ ଡ୍ରାଇଭରଙ୍କ ନିଦ ଲାଗିବା କାରଣରୁ ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥରେ କଡ଼ରେ ଥିବା ହୋଟେଲ, ଢ଼ାବାକୁ ଡ୍ରାଇଭରଙ୍କୁ ମାଗଣାରେ ଚା’ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ରାମ ନେବା ପାଇଁ ବି ବ୍ୟବସ୍ଥା କରିବେ। ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଆରଟିଓଙ୍କ ସହ ଆଲୋଚନା କରି ହୋଟେଲ, ଢ଼ାବା ଚିହ୍ନଟ କରିବେ। ଆଗକୁ ବି ପ୍ରତି ଜିଲ୍ଲାରେ ଟ୍ରକ ଟର୍ମିନାଲ ତିଆରି ହେବ। ସ୍ଥାନ ଚିହ୍ନଟ ପାଇଁ ଜିଲ୍ଲା ପାଳଙ୍କୁ ଚିଠି ଲେଖାଯାଇଛି।

ସେପଟେ ଚଳିତ ବର୍ଷ ଶୀତ ଅଧିବେଶନରେ ସଡ଼କ ଦୁର୍ଘଟଣାକୁ ନେଇ ଏକ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା ଯେ ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲାରେ ଗତ ୫ ବର୍ଷର ରେକର୍ଡ଼ ଭାଙ୍ଗିଛି ଓଡ଼ିଶା। ଦୁର୍ଘଟଣା ମାମଲା ବଢ଼ିବା ନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଥିଲେ । ଗତ ୫ ବର୍ଷରେ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ତେବେ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ଏପରି ପଦକ୍ଷେପ ଦୁର୍ଘଟଣା ରୋକିବାକୁ ଶତ ପ୍ରତିଶତ ସହାୟକ ହୋଇ ନପାରିଲେ ମଧ୍ୟ ଏହି ପ୍ରୟାସ ଦ୍ୱାରା ଦୁର୍ଘଟଣା କମ୍‌ ଘଟିବ ବୋଲି ଆଶା କରାଯାଉଛି ।