Onn 3

ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ କ୍ରୀଡ଼ା ଉତ୍ସବ

State

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ପୁରାତନ ତଥା ପ୍ରମୁଖ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ କ୍ରୀଡ଼ା ଉତ୍ସବକୁ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ଉଦ୍‌ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ସ୍କୁଲ ଶିକ୍ଷା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରକାଶ ବିଷ୍ୱାଳ,ଏସଏମସି ଅଧ୍ୟକ୍ଷ ବର୍ଷାରାଣୀ ମଲ୍ଲିକ,ସାହିତ୍ୟିକ ଜୈନୁଲ ଆବେଦିନ,ସିଆରସିସି ନିରଜଂନ ଖିଲାର ପ୍ରମୁଖ ଉପସ୍ଥିତ ଥଲେ ।

ପ୍ରଧାନଶିକ୍ଷକ ବିପିନ ବିହାରୀ ପାଢୀ ଏଥିରେ ସଭାପତିତ୍ୱ କରିଥିଲେ । ଖେଳ ଶିକ୍ଷୟିତ୍ରୀ ବିଦ୍ୟୁତଲତା ଦାସଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷକ ଅଜିତ ରାଉଳ,ଭୀମସେନ ପାଳ,ପ୍ରମୋଦିନୀ ସାହୁ,ବନଜିନୀ ନାୟକ,ରଂଜିତା ସିଅଳ,ସାବିତ୍ରୀ ଦାଶ,ଭାଗ୍ୟଶ୍ରୀ ପଣ୍ଡା,ଷ୍ଟାଲିନ ପାଣିଗ୍ରାହୀ ଏବଂ ବଳରାମ ସେଠୀ ପ୍ରମୁଖ ବିଭିନ୍ନ କ୍ରୀଡ଼ାକୁ ପରିଚାଳନା କରିଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାତଗୋଟି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।