Onn 3

ପଟ୍ଟାବିହୀନଙ୍କ ସମସ୍ୟା ନେଇ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ୍ଯରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ରିଲେ ଧାରଣା ତୃତୀୟ ଦିନରେ ପହଞ୍ଚିଛି। ଏହି ସମୟରେ ଏକ ପ୍ରତିନିଧି ଦଳ ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ପଟ୍ଟାବିହୀନଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏ ବାବଦରେ ତାଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। କିପରି ସମସ୍ତ ପଟ୍ଟାବିହୀନଙ୍କ ଘର ସର୍ଭେ ହୋଇ ଜମି ଅଧିକାର ପ୍ରମାଣ ପତ୍ର ଦିଅଯାଇ ପାରିବ, ଜଙ୍ଗଲ ଜମିର କିସମ କିପରି ବଦଳା ଯାଇପାରିବ ଓ ସର୍ଭେ ସରିଥିବା ବାସିନ୍ଦାଙ୍କୁ କିପରି ଯଥାଶୀଘ୍ର ଜମି ଅଧିକାର ପ୍ରଦାନ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଛି। ଏହି ପ୍ରତିନିଧି ଦଳରେ ସଂଘର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର, ସାଧାରଣ ସମ୍ପାଦକ କାହ୍ନୁଚରଣ ବେହେରା, ମାର୍ଗଦର୍ଶକ ଗୋପବନ୍ଧୁ, ସହ ସମ୍ପାଦକ କାଶୀନାଥ ମାହାନା, କୋଷାଧକ୍ଷା ଭାରତୀ ପାତ୍ର, ବରିଷ୍ଠ ସଂଗଠକ ଅମଲ ଦେ ଓ ସୁଶ୍ରୀ ସିନଗୋଲତା ମାଝୀ ଥିଲେ।

ଯେଉଁମାନେ ଧାରଣାରେ ବସିଥିଲେ ସେମାନେ ହେଲେ ପ୍ରୀୟଜିତ ମଦିନା, ମହେଶ୍ଵର ବେହେରା, ତ୍ରିଲୋଚନ ମହାନ୍ତ, କୁଳମଣି ସାହୁ, ପ୍ରସନ୍ନ ପାତ୍ର, ଭାରତୀ ଦାସ, ରାମଚନ୍ଦ୍ର ବିନ୍ଧାଣୀ, ସଂଯୁକ୍ତା ବାରିକ, ଅନିଲ ବାରିକ, ଗୀତାଞ୍ଜଳି ସିଂ, ନିନି ସେନାପତି ପ୍ରମୁଖ।