ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡର ଯଶିପୁର , ଶୁକୃଳି, ରରୁଆଁ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଇଁ ହେଉଛନ୍ତି ତ ଆଉ କିଏ ସକାଳୁ ସକାଳୁ ଚା ଖଟିରେ ଭିଡ ଜମାଉଛନ୍ତି । ସକାଳୁ ସକାଳୁ ସାରା ଅଞ୍ଚଳରେ ଘନ କୁହୁଡ଼ି ଲାଗିରହିଥିବାବେଳେ ଯାନବାହନ ଚଳାଚଳରେ ସମସ୍ୟା ଉପୁଜୁଛି । ଅନ୍ୟପଟେ ଶୀତ ବଢୁଥିବାରୁ ଶୀତ ବସ୍ତ୍ର ବିକ୍ରି କରିବାକୁ ନେପାଳରୁ ବେପାରୀଙ୍କ ସୁଅ ଛୁଟିଛି । ତେବେ ଆଗକୁ ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।