Onn 3

ଭିଣ୍ଟେଜ କାର୍ ପ୍ରଦର୍ଶନୀରେ ଠେଲାପେଲା, ଗାଳି ଗୁଲଜ ସହ ପୋଲିସକୁ ଧକ୍କା ମାରିଲେ ଦୁଇ ମହିଳା

State

 

bbsr-3

ଭୁବନେଶ୍ବର : ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହୋଇଯାଇଛି ଭିଣ୍ଟେଜ କାର୍ ମେଳା ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ । ଆଜି ଏହାର ଦ୍ବିତୀୟ ଦିନ ଥିବାବେଳେ ଏଠାରେ ଜନ ସାଧାରଣ ପ୍ରବେଶ ନିଷେଧ ରହିଛି । କିନ୍ତୁ ବହୁ ଲୋକ ଜମା ହୋଇଥିଲେ । ପରେ ଗେଟ ନିକଟରେ ଦୁଇ ମହିଳା ଜବରଦସ୍ତ ପଶିଥିଲେ । ଜୋର ଜବରଦସ୍ତ କାର ପ୍ରଦର୍ଶନୀ ସୋ’ କୁ ପଶୁଥିବା ବେଳେ ବାରଣ କରିଥିଲା ପୋଲିସ । ଏହାପରେ ଦୁଇଜଣ ମହିଳା ପୋଲିସକୁ ଗାଳିଗୁଲଜ ସହ ଧକା ମାରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ପହଂଚି ତଦନ୍ତ କରୁଛନ୍ତି ।