Onn 3

ମହାନଦୀକୁ ଡେଇଁଲେ ଯୁବକ, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ

State

 

ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପରେ ଅଗ୍ନିଶମବାହିନୀ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।

ଯୁବକ ଜଣକ ଭୁବନେଶ୍ବରରୁ ବାଇକରେ ଆସି ବ୍ରିଜ୍ ଉପରେ ଗାଡି ରଖିଥିଲେ । ପରେ ମହାନଦୀକୁ ଡେଇଁ ପଡିଥିଲେ । ସୂଚନାନୁଯାୟୀ, ଯୁବକଙ୍କର ସାଙ୍ଗମାନଙ୍କ ସହ ଝଗଡ଼ା ହୋଇଥିଲା। ପରିବାର ଲୋକଙ୍କ ମାଡ ଭୟରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବକ ।