Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ରକ୍ତଦାନ ଶିବିର

State

ବାରିପଦା – ଭଂଜପୁର ମେଳା ପଡିଆରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ମେଳାର ୮ମ ଦିନ ସକାଳେ ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟି ତଥା ଜୀବନ ବିନ୍ଦୁ ଓ ମୋ ପରିବାର ର ମିଳିତ ଉଦ୍ୟମରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମା ଶଙ୍କର ମହାରଣା ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମେଳା କମିଟି ଅଧ୍ୟକ୍ଷ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂଜା ଓ ମେଳା କମିଟି ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ମୋ ପରିବାର ରାଜ୍ୟ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, ପୂର୍ବତନ କାଉନସିଲର ତଥା କମିଟିର ସାଧାରଣ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସମାଜସେବା ଅମର କୁମାର ସେଠି, ପ୍ରସନଜୀତ ମହାନ୍ତି, ଆଭାସ ଦେ ପ୍ରମୁଖ ଉପସ୍ଥିତ ଥିଲେ I

ଏହି ଶିବିରରେ ମୋଟ ୪୧ ଜଣ ରକ୍ତଦାନ କରିଥିଲେ I ସପନ ପଣ୍ଡା, ଧୀରେନ୍ଦ୍ର ନାୟକ, ଆଲୋକ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ I ବାରିପଦା କେନ୍ଦ୍ର ରକ୍ତଭଣ୍ଡାର ର ରକ୍ତ ଭଣ୍ଡାର ଅଧିକାରୀ ସୌମ୍ୟ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା I