Onn 3

ରାଜଧାନୀରେ ବସକୁ ପିଟିଲା କାର୍, ଜଣେ ମୃତ

Crime State

 

ROAD4

ଭୁବନେଶ୍ୱର:  ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ହୋଇଛି l ଫଳରେ ଏଥିରେ ଜଣେ ମୃତ, ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର ଉପରକୁ ମାଡ଼ି ଯାଇ ଅପରପାର୍ଶ୍ୱରେ ଥିବା ବସ୍‌କୁ ପିଟିଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨ ଗୁରୁତର ହୋଇଥିଲେ। ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଛି।