Onn 3

ଆଉ ୩ ସ୍ଥାନରେ ଆରମ୍ଭହେଲା ‘ଇକୋ ରିଟ୍ରିଟ୍‌’

State

 

ଭୁବନେଶ୍ୱର  : ଓଡିଶା ପର୍ଯ୍ୟଟନର ଶ୍ରେଷ୍ଠ ତିନୋଟି ଫ୍ଲାଗ୍‌ସିପ ଇଭେଣ୍ଟ ତଥା ଇକୋ ରିଟ୍ରିଟ୍‌ର ପଞ୍ଚମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ ରାଜ୍ୟର ୩ଟି ସ୍ଥାନ କୋଣାର୍କ, ଗଞ୍ଜାମର ସୋନାପୁର ଓ ଭିତରକନିକାରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌। ଏଥିସହ କୋଣାର୍କଠାରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେଇ କହିଛନ୍ତି, ଚଳିତବର୍ଷ ଇକୋ ରିଟ୍ରିଟ ପର୍ଯ୍ୟଟକଙ୍କ ପାଇଁ ଓଡିଶାର ପର୍ଯ୍ୟଟନ ତଥା ଆତିଥ୍ୟର ସର୍ବୋତ୍ତମ ସ୍ଥାନ ଅନୁସନ୍ଧାନ କରିବ ବୋଲି ଆଶା କରୁଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏମ୍‌ପି ରାଜଶ୍ରୀ ମଲ୍ଲିକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି ଉପସ୍ଥିତ ଥିଲେ।

ପ୍ରଥମ ଦିନରୁ ହିଁ ଇକୋ ରିଟ୍ରିଟ୍‌ ପାଇଁ ପର୍ଯ୍ୟଟକଙ୍କ ଉତ୍ସାହ ବେଶ୍‌ ଅଧିକ ଦେଖିବାକୁ ମିଳିଛି। କୋଣାର୍କରେ ଜଳକ୍ରୀଡ଼ା ସହ ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ ହେଉଥିବା ଆକ୍ଟିଭିଟିଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ପ୍ରଥମ ଦିନରେ କୋଣାର୍କରେ ୩୫ରୁ ୩୫ଟି ରୁମ୍‌ ବୁକ୍‌ ହୋଇଯାଇଛି। ସେହିପରି ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ଚଳିତ ବର୍ଷର ଇକୋ ରିଟ୍ରିଟ୍‌ ଏକ ସଫଳ ରୂପାୟନ ହେବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ ପାଇଛି। ଏହିସବୁ ସ୍ଥାନରେ ୩ମାସ ଲେଖାଏ ଇକୋ ରିଟ୍ରିଟ ଚାଲିବ। ଆବଶ୍ୟକ ହେଲେ ଏହି ସମୟକୁ ବୃଦ୍ଧି କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୧ରୁ ହୀରାକୁଦ, ପୁଟ୍‌ସିଲ୍‌, ସାତକୋଶିଆ ଓ ଦାରିଙ୍ଗବାଡ଼ିଠାରେ ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି।