Onn 3

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ୪ ଓଡ଼ିଆ ଶ୍ରମିକ

State

 

sram

ଭୁବନେଶ୍ୱର: ଓଡ଼ିଶା ଫେରିଲେ ୪ ଶ୍ରମବୀର। ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ଫେରିଛନ୍ତି। କିଛି ସମୟ ତଳେ ୪ ଜଣ ଭୁବନଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି ।

ଏମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ , ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏ କ ଓ ନବରଙ୍ଗପୁରର ଭଗବାନ ବତ୍ରା। ରାଜ୍ୟ ଶ୍ରମମନ୍ତ୍ରୀ ଶାରଦା ନାୟକ ଏମାନଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିଛନ୍ତି । ରୁଷିକେଶ ସ୍ଥିତ ସମ୍ପକୀୟଙ୍କ ଘରେ ରହିବେ ତପନ ମଣ୍ଡଳ । ଗତ ୨୮ ତାରିଖରେ ଦୀର୍ଘ ୧୭ ଦିନ ପରେ ଏମାନେ ସୁରକ୍ଷିତ ଭାବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିଲେ।