ଯେଉଁଥିରେ ବୃଦ୍ଧ ଓ ଗର୍ଭବତୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଡୋରଷ୍ଟେପ୍ ସେବା ମିଳିବ। ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଏଥିରେ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ ଲୋକମାନେ ଦୂର ବାଟକୁ ଯାଇ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ । ଯେଉଁଥିରେ ସେମାନଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡୁଥିଲା।ବିଭିନ୍ନ ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମିଳିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ବ୍ୟାଙ୍କିଂ ସେବା ଉପଲବ୍ଧ ହେବ।