କିଛି ସମୟ ପାଇଁ ଭକ୍ତଙ୍କ ମଧ୍ୟରେ ହଇଚଇ ଖେଳି ଯାଇଥିଲା । ଏତେ ଲୋକ ଭିଡ ଦେଖି ଘୁଷୁରିଟି ବୋଧହୁଏ ଡରି ଯାଇଥିଲା । ଏପଟ ସେପଟ ଧାଉଁଥିଲା । ହେଲେ କୁଆଡେ ଯିବ ଜାଣି ପାରୁ ନ ଥିଲା । ସେବୟତ ଏବଂ ସୁରକ୍ଷାକର୍ମୀ ସମସ୍ତେ ବି ଭୟଭୀତ ହୋଇ ପଡିଥିଲେ କାଳେ ମନ୍ଦିର ଭିତରକୁ ପଶିଯିବ । ଏସବୁ ଭିତରେ ଲୋକେ ଦୌଡାଦୌଡି ବି ଆରମ୍ଭ କରି ଦେଇଥିଲେ ।
ପ୍ରାୟ ୨ ମିନିଟ ଧରି ଏପରି ଚାଲିବା ପରେ ସୁରକ୍ଷାକର୍ମୀମାନେ ଘୁଷୁରିକୁ ଘଉଡାଇଥିଲେ । ତା’ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ତେବ ପ୍ରଶ୍ନ ଉଠୁଛି, ଏତେ ଭିଡ ଭିତରେ ଘୁଷୁରି ସିଂହଦ୍ୱାର ପାଖକୁ ଆସିଲା କେମିତି ? ଯଦି ସିଂହଦ୍ୱାର ସମ୍ମୁଖକୁ ଚାଲି ଆସିଲା ହୁଏତ ମନ୍ଦିର ଭିତରକୁ ପଶି ଯାଇଥାନ୍ତା ? ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କାହିଁକି କରାଯାଉନି ? ଏମିତି ପ୍ରଶ୍ନ ସମସ୍ତଙ୍କ ମୁହଁରେ ।