Onn 3

ଦଳର ପ୍ରତିଷ୍ଠା ଦିବସରେ ମନୀଷ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି: ଅରବିନ୍ଦ କେଜ୍ରିୱାଲ

National & International

 

arv

ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ। ଏନେଇ ଆପ୍ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେ‌ଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତି ଦେଇଛନ୍ତି।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ ସେ କହିଛନ୍ତି ଯେ ଦଳର ପ୍ରତିଷ୍ଠା ଦିବସରେ ମନୀଷ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି। ଆମ୍ ଆଦମୀ ପାର୍ଟି ଖୁବ କମ ସମୟରେ ଦେଶର ଲୋକପ୍ରିୟ ଦଳ ହୋଇପାରିଛି। ସେଥିପାଇଁ ଆମ ଦଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି। ଆଜି ହେଉଛି ଆମର ସ୍ଥାପନା ଦିବସ। ହେଲେ ମନୀଷ ସିସୋଦିଆ ଆମ ସହିତ ନାହାଁନ୍ତି। ମୋର ସମସ୍ତ ନେତାଙ୍କ ପାଇଁ ମୁଁ ଗର୍ବିତ, ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଭୟ କରିନାହାନ୍ତି। ଏହି ୧୧ବର୍ଷରେ ଆମ ବିରୋଧରେରେ ୨୫୦ଟି ମିଛ ମାମଲା ପଞ୍ଜିକୃତ ହୋଇଛି। ଆମେ ଦେଶର ରାଜନୀତିରେ ପରିବର୍ତ୍ତନ ଆଣୁଛୁ। ଯେତେବେଳେ ଜାତି ଓ ଧର୍ମ ନାମରେ ଦେଶରେ ରାଜନୀତି ହେଉଥିଲା, ସେତେବେଳେ ଆମେ ଦେଶରେ ଉତ୍ତମ ଶିକ୍ଷା ରାଜନୀତି ଉପରେ ଗୁରୁତ୍ୱ ଦେଇଥିଲୁ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଥିଲେ ଯେ ଦେଶର ସାଧାରଣ ଲୋକ ତୃଣମୂଳ ସ୍ତରରୁ ଉଠି ୨୦୧୨ରେ ନିଜର ଦଳ ‘ଆମ୍ ଆଦମୀ ପାର୍ଟି’ ଗଠନ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୧୧ବର୍ଷ ମଧ୍ୟରେ ଅନେକ ଉତଥାନ-ପତନ ଘଟିଛି। ଅନେକ ସମସ୍ୟା ହୋଇଛି। କିନ୍ତୁ ଆମର କାମ କରିବାର ଉତ୍ସାହରେ କମ ହୋଇନାହିଁ। ଆଜି ଆମର ଛୋଟ ଦଳ ଲୋକମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ଦ୍ୱାରା ଏକ ଜାତୀୟ ଦଳରେ ପରିଣତ ହୋଇଛି। ଆମେ ଆମର ଦୃଢ଼ ଉଦ୍ଦେଶ୍ୟ ସହିତ ଆଗକୁ ବଢ଼ିବୁ ଏବଂ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବୁ।