Onn 3

ଆଗରପଡ଼ାରେ ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ

State

ଆଗରପଡ଼ା:ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ପରିସରରେ ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାଧନାପୀଠ ସଭା ଗୃହରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଦ୍ଧି ଦିବସର ବିଶେଷତ୍ୱ ସମ୍ପର୍କରେ ଅନୁଅପା ଆଲୋଚନା କରିଥିଲେ । ଶ୍ରୀକୃଷ୍ଣଙ୍କ ଚେତନା ଶ୍ରୀଅରବିନ୍ଦଙ୍କ ଭୌତିକ ଶରୀରରେ ସମାହିତ ହୋଇଥିବା ବିଷୟ ଉକ୍ତ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ଥିଲା ।

ଶ୍ରୀମା’ଙ୍କ ମ୍ୟୁଜିକ୍ ସହିତ ଧ୍ୟାନ,ଦୁର୍ଗାସ୍ତୋତ୍ର ପାଠ,ବନ୍ଦନା ଗାନ,ରାଧାର ପ୍ରାର୍ଥନା, ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦିତ ହୋଇଥିଲା ।