Onn 3

୧୦୦ ଯୁବତୀଙ୍କୁ ନକଲି ଇନଷ୍ଟା ଜାଲରେ ପକାଇ ଟଙ୍କା ଲୁଟୁଥିବା ଓଡ଼ିଆ ଶ୍ରମିକଙ୍କୁ ବାନ୍ଧିଲା ପୋଲିସ

Crime State

 

thhaka

କଟକ:ନାବାଳିକାଙ୍କ ଫଟୋକୁ ଏଡିଟ କରି ନକଲି ଇନଷ୍ଟା ଆକାଉଣ୍ଟରେ ଅପଲୋଡ କରୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସାଇବର ଏବଂ ଇକୋନମିକ ୱିଙ୍ଗ ପୋଲିସ ଗିରଫ କରିଛି ।

ଗିରଫ ଯୁବକଙ୍କ ନାମ ଦିନେଶ କୁମାର ସେଠି ଓରଫ ବାବୁ  ଏବଂ ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସେ ଦିଲ୍ଲୀ, ବେଙ୍ଗାଲୁର, ମହାରାଷ୍ଟ୍ରରେ ଶ୍ରମିକଭାବେ କାମ କରନ୍ତି । କଟକ ଡିସିପି ପ୍ରତୀକ ସିଂହ ଗୁରୁବାର ସୂଚନା ଦେଇ କହିଛନ୍ତି,  ଗତ ଅକ୍ଟୋବର ୩ ତାରିଖରେ ଜଣେ ୧୯ ବର୍ଷୀୟ ଯୁବକ ତୁଳସୀପୁର ଥାନରେ ଏକ ଅଭିଯୋଗ ଦାଖଲ କରିଥିଲେ । ସେ କହିଥିଲେ, ତାଙ୍କ ଭଉଣୀଙ୍କ ନାଁରେ ଏକ ଫେକ ଇନଷ୍ଟା ଆକାଉଣ୍ଟ ଖୋଲାଯାଇଛି ଏବଂ ସେଥିରେ ତାଙ୍କର ଏଡିଟେଡ ଫଟୋ କେହି ପୋଷ୍ଟ କରୁଛନ୍ତି । ଅଭିଯୋଗକାରୀ ପୁଣି ଥରେ ସମାନ ଅଭିଯୋଗ ଆଣିଥିଲେ ଯେ ସମାନ ପ୍ଲାଟଫର୍ମରେ ଅନ୍ୟ ଝିଅଙ୍କର ଏଡିଟେଡ ଫଟୋ ପୋଷ୍ଟ କରାଯାଉଛି ।

ସାଇବର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୁବକ ପାଖରେ ପହଞ୍ଚି ପାରିଥିଲା । ପୋଲିସ ଜାଣିବାକୁ ପାଇଥିଲା, ଯୁବକ ଜଣକ ଇନଷ୍ଟାରେ ଅନେକ ଝିଅଙ୍କୁ ଫଲୋ କରୁଥିଲା ଏବଂ ଚାଟିଂ କରୁଥିଲା । ସେମାନଙ୍କ ସହ ସମ୍ପର୍କ ବଢାଇ ତାଙ୍କର ଫୋନ ନମ୍ବର ସଂଗ୍ରହ କରୁଥିଲା । ଫୋନରୁ ସେମାନଙ୍କର ଫଟୋ ସଂଗ୍ରହ କରି ଏହାକୁ ଏଡିଟିଂ କରି ସେମାନଙ୍କ ନାଁରେ ନକଲି ଇନଷ୍ଟା ଆକାଉଣ୍ଟ ଖୋଲି ସେଥିରେ ପୋଷ୍ଟ କରୁଥିଲା ।

କଥା ସେତିକିରେ ସରି ନ ଥିଲା । ଯୁବକ ଜଣକ ଏପରି ଫଟୋ ପୋଷ୍ଟ କରି ଯୁବତୀମାନଙ୍କଠାରୁ ଟଙ୍କା ଦାବି  କରୁଥିଲା । ସେ ଏହିପରି ୧୦୦ ଜଣ ଯୁବତୀଙ୍କୁ ତାଙ୍କ ମାୟାଜାଲରେ ପକାଇ ବ୍ଲାକମେଲ କରୁଥିଲା ବୋଲି ଡିସିପି କହିଛନ୍ତି ।