Onn 3

ଇ-ଟିକେଟ୍‌ ବୁକିଙ୍ଗ୍‌ ସାମୟିକ ଭାବେ ପ୍ରଭାବିତ

National & International

IRCTC-down

ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଆଜି ‘ଇଣ୍ଡିଆନ୍‌ ରେଲ୍‌ୱେଜ୍‌ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌’ର ଇ-ଟିକେଟ୍‌ ବୁକିଙ୍ଗ୍‌ ବ୍ୟବସ୍ଥା ସାମୟିକ ଭାବେ ପ୍ରଭାବିତ ହୋଇଥିବା କଥା କମ୍ପାନି କହିଛି।
ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ‘ଆଇଆର୍‌ସିଟିସି’ କହିଛି, ସମସ୍ୟା ସୁଧାରିବା ପାଇଁ ବୈଷୟିକ ଟିମ୍‌ କାର୍ଯ୍ୟରେ ଲାଗିଛନ୍ତି। ଖୁବ୍‌ ଶୀଘ୍ର ବୁକିଙ୍ଗ୍‌ ଆରମ୍ଭ ହେବ।
ସେହିପରି ‘ଆଇଆର୍‌ସିଟିସି’ର ୱେବ୍‌ସାଇଟ୍‌ରେ ପ୍ରସାରିତ ‘ଡାଉନ୍‌ଟାଇମ୍‌ ମେସେଜ୍‌’ରେ ଉଲ୍ଲେଖ ଅଛି: ମରାମତି କାର୍ଯ୍ୟ ଚାଲିଥିବାରୁ ଇ-ଟିକେଟ୍‌ ସେବା ଉପଲବ୍ଧ ନାହିଁ। ଦୟାକରି ପରେ ଚେଷ୍ଟା କରନ୍ତୁ। କ୍ୟାନ୍‌ସଲେସନ୍‌/ଫାଇଲ୍‌ ଟିଡିଆର୍‌ ଲାଗି ଦୟାକରି କଷ୍ଟମର୍‌ କେୟାର୍‌ ନମ୍ବର: ୧୪୬୪୬,୦୭୫୫-୬୬୧୦୬୬୧ ଓ ୦୭୫୫-୬୦୦କୁ ଫୋନ୍‌ କରନ୍ତୁ ବା etickets@irctc.co.in. ମେଲ୍‌ କରନ୍ତୁ।
ସୂଚନାଯୋଗ୍ୟ, ବାରମ୍ବାର ଏହି ପ୍ରକାରର ସମସ୍ୟାରେ ପଡୁଥିବା କଥା ଦର୍ଶାଇ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ‘ଆଇଆର୍‌ସିଟିସି’କୁ ତୀବ୍ର ସମାଲୋଚନା କରିଛନ୍ତି।