Onn 3

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ସହିଦ୍

National & International

 

ସ_files-85-750x430

ରଜୌରୀ: ଜମ୍ମୁ-କଶ୍ମୀରରେ ହେଲା ଆତଙ୍କବାଦୀ ଆକ୍ରମଣ। ସହିଦ ହେଲେ ୩ଯବାନ। ଆଜି ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଚାଳନା ହୋଇଥିଲା। ଏହି ସମୟରେ ଦୁଇ କ୍ୟାପଟେନ ରାଙ୍କର ଅଧିକାରୀଙ୍କ ସମେତ ତିନିଜଣ ଯବାନ ସହିଦ ହୋଇଥିବା ସାମ୍ନାକୁ ଆସିଛି।

ଜମ୍ମୁ କଶ୍ମୀର ପୁଲିସର ସୂଚନାନୁସାରେ, ଆଜି ସକାଳ ୯ଟାରେ ଆମକୁ ଧର୍ମଶାଳାର ବାଜିମଲରେ ୨ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଆମେ ପାଲଟା ଗୁଳି ଚାଳନା କରିଥିଲୁ । ଏହି ସମୟରେ ଭାରତୀୟ ସେନାର ୨ଜଣ ଅଧିକାରୀଙ୍କ ସମେତ ୩ଯବାନ ସହିଦ ‌ହୋଇଛନ୍ତି । ଏହା ସହ ଜଣେ ଯବାନ ଆହତ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଉଦ୍ଧମପୁର ପଠାଯାଇଛି।

ତେବେ ୩ଜଣ ଯବାନ ସହିଦ ହେବା ପରେ ଏବେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା । ଏଥିରେ ଜମ୍ମୁ-କଶ୍ମୀର ପୁଲିସ ସେମାନଙ୍କୁ ସାହଯ୍ୟ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୫ଦିନ ପୂର୍ବେ ସୁରକ୍ଷା ବାହିନୀ କୁଲଗାମରେ ବଡ଼ ସଫଳତା ହାସଲ କରିଥିଲେ। ଆତଙ୍କବାଦୀମାନେ ଲୁଚି ରହିଥିବା ଘର ଉପରକୁ ଯବାନମାନେ ରକେଟ୍ ଲଞ୍ଚର୍ ପକାଇ ଘରକୁ ଧ୍ବଂସ କରିଦେଇଥିଲେ । ଏହା ଫଳରେ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଥିଲା ।