ଅନ୍ୟପକ୍ଷରେ ଏତେ ବଡ଼ ଆକ୍ରମଣ ପାଇଁ ଯୋଜନା ଚାଲିଥିବାବେଳେ ଇସ୍ରାଏଲର ପ୍ରସିଦ୍ଧ ଗୁଇନ୍ଦା ଏଜେନ୍ସି ମୋସାଦ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଆକ୍ରମଣ କେବଳ ମୋସାଦ ନୁହେଁ, ଇସ୍ରାଏଲ ସେନା, ଇସ୍ରାଏଲର ଆଭ୍ୟନ୍ତରୀଣ ଗୁଇନ୍ଦା ସଂସ୍ଥା ଓ ସର୍ବୋପରି ରାଜନୈତିକ ନେତୃତ୍ବଙ୍କ ବିଫଳତା ବୋଲି କୁହାଯାଉଛି ।
ଶନିବାର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁସଂଖ୍ୟା ୬୦୦ ଟପିଯାଇଛି ଓ ଏବେ ବି ୭୫୦ରୁ ଅଧିକ ଇସ୍ରାଏଲୀ ନିଖୋଜ ଅଛନ୍ତି ବୋଲି ଇସ୍ରାଏଲର ପ୍ରମୁଖ ଖବରକାଗଜ ଜେରୁଜେଲମ ପୋଷ୍ଟ ରିପୋର୍ଟ ପ୍ରକାଶ କରିଛି । କେତେକ ଇସ୍ରାଏଲୀଙ୍କୁ ହମାସ ପକ୍ଷରୁ ବନ୍ଧକ ରଖାଯାଇଥିବା କୁହାଯାଉଛି ।
ଏହି ଘଟଣା ପରେ ଇସ୍ରାଏଲ ଏକ ବଡ଼ ଯୁଦ୍ଧକୁ ଓହ୍ଲାଇବାର ଘୋଷଣା କରିଛି । ହମାସକୁ ସହାୟତା କରୁଥିବା ଦେଶମାନଙ୍କ ଉପରେ ବି ଆକ୍ରମଣ କରିବାକୁ ଇସ୍ରାଏଲ ଉଦ୍ୟମ କରିପାରେ ବୋଲି କୁହାଯାଉଛି ।