Onn 3

ପିଲାଙ୍କ ସହ ଖେଳୁଛନ୍ତି ମୋଦୀ; ମଥାରେ କଏନ ଲଗାଇ ଦେଖାଉଛନ୍ତି ଯାଦୁ

National & International

 

re

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀ ବେଶ ପସନ୍ଦ ବି କରୁଛନ୍ତି।

ଆମେ ସମସ୍ତେ ଜାଣିଛେ ଛୋଟଛୋଟ ପିଲାଙ୍କ ପ୍ରତି ମୋଦୀଙ୍କ ଏକ ଭିନ୍ନ ପ୍ରକାର ଦୁର୍ବଳତା ରହିଛି। ବିଭିନ୍ନ ସମୟରେ ମୋଦୀଙ୍କୁ ପିଲାଙ୍କ ଗହଣରେ ସମୟ ବିତାଉଥିବାର ଦେଖିବ‌ାକୁ ମିଳିଛି। ନିକଟରେ ମୋଦୀ ତାଙ୍କ କାର୍ଯ୍ୟାଳୟରେ ଏକ ପରିବାରକୁ ଭେଟିଥିଲେ। ଏହି ପରିବାରର ଦୁଇଭାଇ ଓ ଭଉଣୀ ବି ମୋଦୀଙ୍କୁ ଭେଟିବା ପାଇଁ ଆସିଥିଲେ।

ଉକ୍ତ ଭାଇ ଓ ଭଉଣୀଙ୍କୁ ମୋଦୀ ସାମ୍ନାରେ ପାଇବା ପରେ ଜେଜେବାପାଙ୍କ ଭଳି ସ୍ନେହ ଦେବା ସହିତ ତାଙ୍କ ସହିତ ଖେଳିଥିଲେ। ଦୁଇଶିଶୁଙ୍କ ମୁଣ୍ଡକୁ ଧରି ପରସ୍ପରର ମୁଣ୍ଡ ସହିତ ସ୍ନେହରେ ବାଡଉଥିଲେ ପୁଣି ଘୁଞ୍ଚାଉ ଦେଉଥିଲେ। ଏପରି ଭାବେ ପିଲାଙ୍କ ସହିତ କିଛି ସମୟ ଖେଳିବା ପରେ ମୋଦୀ ଯାଦୁ  ଦେଖାଇଥିଲେ। ଯାହାକୁ ଦେଖିବା ପରେ ଦୁଇଜଣ ପିଲା ଖୁବ ଖୁସି ବି ହୋଇଯାଇଥି‌ଲେ।

ମୋଦୀ ପିଲାଙ୍କ ସାମ୍ନାରେ ଏକ କଏନ ଧରି ମଥାରେ କିଛି ସମୟ ପାଇଁ ଲଗାଇ ରଖିଥିଲେ। ପିଲାଙ୍କ ସହିତ ମୋଦୀଙ୍କ ଏହି ଖେଳକୁ ଭାଇ ଓ ଭଉଣୀ ଯାଦୁ ବୋଲି ଭାବିଥିଲେ। ପରେ ମୋଦୀ ବି ଦୁଇଭାଇ ଓ ଭଉଣୀଙ୍କ ମଥାରେ ଉକ୍ତ କଏନକୁ ଲଗ‌ାଇ କହିଥି‌ଲେ,‘ ମୋ ଭଳି କରି ଦେଖାଅ।’

ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିବା ପରେ ଲୋକେ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।