ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ତିଆରି ହୋଇଥିବା ବିର୍ସା ମେମୋରିଆଲ ପାଖକୁ ଯାଉଥିଲେ। ଏତିକି ବେଳେ ଏସ୍ଏସ୍ପି ବାସଭବନ ଆଖରେ ଥିବା ରେଡିୟମ୍ ରୋଡ୍ରେ ମୋଦିଙ୍କ କାର୍ ଆଗକୁ ହଠାତ୍ ଜଣେ ମହିଳା ଦୌଡି ଚାଲି ଆସିଥିଲେ।
କୁହାଯାଉଛି ଯେ, ମହିଳା ଜଣକ କିଛି ଘରୋଇ ସମସ୍ୟା ରହିଛି। ସେ ତାଙ୍କ ସମସ୍ୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହୁଁଥିଲେ। ସେ ରାସ୍ତାର ପାର୍ଶ୍ୱରେ ଠିଆ ହୋଇ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ କାର ଦେଖିବା ମାତ୍ରେ ସେ ଡେଇଁ ପଡିଥିଲେ। ନିକଟରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ଆଗକୁ ବଢ଼ିଥିଲା।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହି ତ୍ରୁଟିକୁ ନେଇ ଏବେ ଚାରିଆଡେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଜନଜାତି ଗୌରବ ଦିବସରେ ଅନେକ ଉପହାର ନେଇ ଝାଡଖଣ୍ଡକୁ ଆସିଥିଲେ। ମଙ୍ଗଳବାର ରାତିରେ ରାଞ୍ଚିରେ ତାଙ୍କର ରୋଡ୍ ଶୋ’ ମଧ୍ୟ ଅନୁଷ୍ଠିତ ହୋଇଥିଲା।