Onn 3

ଲୋୟର ପିଏମଜିରେ ୫ ଦଫା ଦାବି ନେଇ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ

State

 

pmg2

ଭୁବନେଶ୍ବର: ଭୁବନେଶ୍ବର ଲୋୟର ପିଏମଜିରେ ଆଧ୍ୟାତ୍ମିକ ପରିବେଶ । ନାମ ସଂକୀର୍ତ୍ତନରେ ଫାଟି ପଡୁଛି ପୂରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଅଧିକ ସଂକୀର୍ତ୍ତନ କଳାକାର ଏକଜୁଟ ହୋଇ ଧାରଣା ଦେଇଛନ୍ତି ।

୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଜଗନ୍ନାଥ ନାମ ସଂକୀର୍ତ୍ତନ ଓ ଲୋକକଳା ପରିଷଦ । ସଂକୀର୍ତ୍ତନ କଳାକାରଙ୍କୁ କଳାକାର ମାନ୍ୟତା, ସବୁ ବୟସର ସଂକୀର୍ତ୍ତନ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ, ସଂକୀର୍ତ୍ତନ କଳାକାର ପରିବାରର ସବୁ ପିଲାଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ସଂଘ ଦାବି ରଖିଛି ।