Onn 3

ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ

Crime State

 

sfd

ସୁନ୍ଦରଗଡ: ବାପା ମାଆ ପୁଅ ଜନ୍ମ କରିଥାନ୍ତି ବୃଦ୍ଧା ଅବସ୍ଥାରେ ସାହାରା ଦେବ । ମୃତ୍ୟୁ ପରେ ମୁଖାଗ୍ନି ଦେବ । ଏମିତି କେତେ ଆଶା ଥାଏ ବାପା ମାଆ ଙ୍କ ର । ହେଲେ ସେହି ପୁଅ ସାହାରା ଦେବା ବଦଳରେ ଯଦି ଜୀବନ ନିଏ ତେବେ ଏହା କେବଳ ଭାଗ୍ୟର ବିଡମ୍ବନା ବୋଲି କୁହାଯିବ । ସେହିଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ । ଠେଙ୍ଗାରେ ପିଟି ପିଟି ବାପାର ଜୀବନ ନେଲା ଉତ୍ୟକ୍ତ ପୁଅ ।

ସୂଚନା ମୁତାବକ, ମୃତକ ହେଲେ ପଦୁ ମୁଣ୍ଡା । ତେବେ ପଦୁଙ୍କୁ ହତ୍ୟା କରି ତାଙ୍କ ପୁଅ ଚକ୍ର ମୁଣ୍ଡା ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଚକ୍ର ମୁଣ୍ଡା ଜଣେ ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି । ଗତକାଲି ରାତିରେ ସେ ନିଜ କାମ ସାରି ଘରକୁ ଫେରିଥିବା ସମୟରେ କୌଣସି ଏକ ବିଷୟକୁ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା ।

ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ଚକ୍ର ମୁଣ୍ଡା ବାପାକୁ ଠେଙ୍ଗାରେ ପିଟିଥିଲେ । ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ଯେଉଁଥିରେ ବାପ ପଦୁଙ୍କର ଜୀବନ ଚାଲି ଯାଇଥିଲା । ଏହାଦେଖି ପୁଅ ଚକ୍ର ମୁଣ୍ଡା ଫେରାର ହୋଇ ଯାଇଛି । ଘଟଣାରେ ତଦନ୍ତ କରୁଛି ପୋଲିସ ।