Onn 3

କାଲିଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କରିବାକୁ ନିର୍ଦ୍ଦେଶ

State

 

Jagannath

କଟକ: ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏ ଏସ ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଆସନ୍ତା ୨୪ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା ଏ ଏସ ଆଇ, ମାତ୍ର ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। ପ୍ରତି ୧୫ ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି।