Onn 3

ଆଲିଗଡ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନର ଆତଙ୍କବାଦୀ ନେଟ୍‌ଓ୍ଵାର୍କ, ISIS ପାଇଁ କାମ କରୁଥିବା ୬ ସନ୍ଦିଗ୍ଧ ଗିରଫ

National & International

 

aligarh

ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌ ୟୁପିର ବିଭିନ୍ନ ଅଞ୍ଚଳରୁ ୬ ସନ୍ଦିଗ୍ଧ ISIS ଏଜେଣ୍ଟଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ, ନାଭେଦ ସିଦ୍ଦିକି, ରକିବ ଇନାମ, ମହମ୍ମଦ ନାଜିମ ଓ ମହମ୍ମଦ ନୋମାନ। ଗିରଫ ସମସ୍ତ ଅଭିଯୁକ୍ତ ଆଲିଗଡ ବିଶ୍ୱବିଦ୍ୟାଳୟର ଛାତ୍ର ସଙ୍ଗଠନ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଆଲିଗଡ ୟୁନିଭର୍ସିଟି (SAMU)’ ସହ ଜଡିତ। କୁହାଯାଉଛି ଯେ ସେମାନେ SAMUର ବୈଠକ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗରେ ଥିଲେ।

ରାଜ୍ୟର ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌ ମୁତାବକ, ଅଭିଯୁକ୍ତମାନେ ଦେଶରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟାଇବାକୁ ଯୋଜନା କରିଥିଲେ। ୟୁପି ଏଟିଏସ୍ ଦ୍ୱାରା ୬ ଜଣ ଗିରଫ ହେବା ପରେ ଆଲିଗଡ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନର ଆତଙ୍କୀ ନେଟୱାର୍କ ବିଷୟରେ ଖୁଲାସା ହୋଇଛି। ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌ ଦାବି କରିଛି ଯେ SAMUର ବୈଠକ ISIS ନୂତନ ନିଯୁକ୍ତି ସେଲ୍‌ରେ ପରିଣତ ହୋଇଛି।

ସୂତ୍ରରୁ ଜଣାପଡ଼ିଛି, ଆଲିଗଡ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର ରାଡାରରେ ଅଛନ୍ତି। ପୁଣେ ଇସଲାମିକ୍ ଷ୍ଟେଟ୍ ମଡ୍ୟୁଲ୍ ମାମଲାରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (NIA) ଶାହନୱାଜ ଓ ରିଜୱାନଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ବେଳେ ଖୁଲାସା ହୋଇଥିଲା ଯେ ଏଏମ୍‌ୟୁର ଅନେକ ଛାତ୍ର ଦେଶ ବିରୋଧୀ ଏଜେଣ୍ଡା ବିସ୍ତାର କରିବାରେ ନିୟୋଜିତ ଅଛନ୍ତି।