ଗତକାଲି ଏକ ସିଏନଜି କାର୍ରେ ୩ ଜଣ ଜୟପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ଏକ ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେଲ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିବା ବେଳେ ପାଖରେ ଥିବା କାର୍ର ସିଏନଜି ଟାଙ୍କିଟା ଫାଟି ଯାଇଥିଲା। ଫଳରେ କାର୍ରେ ଥିବା ୩ ଜଣ ଜୀଅନ୍ତା ଜଳି ଯାଇଥିଲେ।
ଏହାପରେ ଟ୍ୟାଙ୍କରଟି ବାଟରେ ଯାଉଥିବା ଏକ ଭ୍ୟାନ୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଭ୍ୟାନ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।