Onn 3

୪୫ ରୁ ୫୦ ହଜାରକୁ ବଢିବ ହସ୍ପିଟାଲ ବେଡ୍ ସଂଖ୍ୟା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

State

 

vija

ଭୁବନେଶ୍ଵର: ବଢିବ ମେଡିକାଲ ବେଡ୍ ସଂଖ୍ୟା । ଖୋଲିବ ନୂତନ ପ୍ରଥମିକ ସ୍ଵାସ୍ଥ୍ୟ କେନ୍ଦ୍ର । ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦ ହଜାରକୁ ବେଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସବୁ PHC ରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ବେଡ ରହିବ । ବର୍ତ୍ତମାନ ରାଜ୍ୟରେ ୧୨୩୬ଟି PHC ଥିବାବେଳେ ରାଜ୍ୟରେ ଆହୁରି ୩୦୬ଟି ନୂତନ PHC ଖୋଲିବ । ସେହିପରି CHC ରେ ବେଡ ସଂଖ୍ୟା ବଢ଼ିବ । ପ୍ରତି CHC ରେ ୩୦ଟି ଲେଖାଏଁ ବେଡ଼ ରହିବ । IPHS ୨୦୨୨ର ନିୟମ ଅନୁସାରେ ଏ ସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦୦ ଲେଖାଏଁ ବେଡ ପାଇଁ ଏବେ କାମ ଚାଲିଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଅଛି । ଧିରେ ଧିରେ ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ସଂଖ୍ୟା ମଧ୍ୟ ବଢିବ ।

ବର୍ତ୍ତମାନ ରାଜ୍ୟରେ ୧୧୬ଟି UPHC, ୭୫ଟି CHC, ୭ଟି UCHC, ୩୨ଟି ଲେଖାଏଁ ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।