ପାରାଦୀପ ବୋଇତ ବନ୍ଦାଣ ବିଶ୍ଵ ଐତିହ୍ୟର ସମ୍ପନ । ଯାହା ଆମ ଉତ୍କଳ ର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିରଖିଛି। ଯାହାର ସ୍ମୃତି କୁ ମନେରଖିବା ପାଇଁ ପ୍ରତ୍ୟେକ ବର୍ଷ ପାଳିତ ହୋଇଥାଏ ବୋଇତ ବନ୍ଦାଣ ଉତ୍ସବ । ଏଥିଲାଗି ପ୍ରସ୍ତୁତି ପ୍ରାୟ ୧ ମାସ ପୂର୍ବରୁ ଚାଲିଥାଏ । ଚଳିତବର୍ଷ ପାରାଦ୍ଵୀପ ବୋଇତ ବନ୍ଦାଣ ଇତିହାସ ରେ ପ୍ରଥମ ଥର ରାଷ୍ଟ୍ରପତି ଯୋଗ ଦେବେ । ଯାହାକୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ପାରାଦୀପବାସୀ । ସେପଟେ ରାଷ୍ଟ୍ରପତି ଙ୍କ ପାରାଦୀପ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।