ଗତକାଲି ଛତିଶଗଡ଼ର ୨୦ଟି ବିଧାନସଭା ନିର୍ବାଚନ ନିମନ୍ତେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ନିର୍ବାଚନକୁ ଭଣ୍ଡୁର କରିବାକୁ ଶତାଧିକ ନକ୍ସଲ ଛତିଶଗଡ ଗଙ୍ଗାଲୁରରେ ପୁଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲଙ୍କର ପ୍ରାୟ ଅଧ ଘଣ୍ଟା କାଳ ଗୁଳି ବିନିମୟ ହୋଇଥିଲା।
ଏହି ଆକ୍ରମଣରେ ୨ ଜଣ ନକ୍ସଲ ଆହତ ହୋଇଥିବା କୁହାଯାଉଛି। ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ନିଜ ସାଥୀଙ୍କୁ ନେଇ ଜଙ୍ଗଲରେ ପଳାଇଥିଲେ। ଯାହାର ଚିତ୍ର ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି। ତେବେ ସେହି ଦୁଇ ନକ୍ସଲ ଆହତ କି ସେମାନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ।
ନକ୍ସଲ କ୍ୟାମ୍ପ ଧ୍ୱସଂ କରିବା ସହ ସେମାନଙ୍କୁ ସମୁଳେ ନିପାତ କରିବାକୁ ପୁଲିସ୍ ବାରମ୍ବାର କୁମ୍ବିଂ ଅପରେସନ କରୁଛି। ସେମାନଙ୍କ ଯୋଜନା ଉପରେ ପୁଲିସ୍ର ନଜର ଥିଲେ ବି ପୁଲିସ୍ ନକ୍ସଲଙ୍କ ସମ୍ବନ୍ଧିତ ସମସ୍ତ ସୂଚନା ପାଇ ପାରୁନି।