Onn 3

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ; ଜଣେ ମୃତ

National & International

 

acc

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯଦିଓ ଏୟାର ବ୍ୟାଗ୍‌ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏହା ବ୍ୟତୀତ ଅନ୍ୟ ୩ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କ କାର୍‌କେଡ ଛିନ୍ଦଓ୍ଵାଡ଼ାରୁ ନରସିଂହପୁର ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଛିନ୍ଦଓ୍ଵାଡ଼ାରେ ଜନସମ୍ପର୍କ ଅଭିଯାନ ସାରି ପ୍ରହ୍ଲାଦ ପଟେଲ ନରସିଂହପୁର ଫେରୁଥିଲେ। ରାସ୍ତାରେ ଯାଉଥିବା ବେଳେ ତାଙ୍କ ଗାଡ଼ି ହଠାତ୍‌ ରାସ୍ତାରୁ ତଳକୁ ଖସି ଯାଇଥିଲା।

ପ୍ରହ୍ଲାଦ ପଟେଲ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଛିନ୍ଦଓ୍ଵାଡାରେ ଅଛନ୍ତି। କୁହାଯାଉଛି ଯେ ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି।

କହି ରଖୁଛୁ, ପ୍ରହ୍ଲାଦ ସିଂ ପଟେଲ ୨୦୨୧ ଜୁଲାଇ ୭ରୁ ଭାରତର ଖାଦ୍ୟ ପ୍ରୋସେସିଂ ଉଦ୍ଦ୍ୟୋଗ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋର୍‌ଦାର ଚାଲିଛି। ରାଜ୍ୟର ୨୩୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୭ରେ ଭୋଟିଂ ହେବ। ସମଗ୍ର ରାଜ୍ୟରେ ଗୋଟିଏ ହିଁ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ।