Onn 3

ଦଳରୁ ବହିଷ୍କୃତ ହେଲେ କୋରାପୁଟ ବିଜେଡି ନେତା ରଘୁରାମ ମାଛ

Politics State

 

bjd-750x430

ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ଥିଲେ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବା ଜଣାଯାଇଛି । ସେ ବିଭିନ୍ନ ସମୟରେ ଦଳ ବିରୋଧରେ ଯାଇ କାମ କରୁଥିବା ଦଳ ପକ୍ଷରୁ ଅଭିଯୋଗ ହେଉଥିଲା ।
୨୦୧୪ରେ ରଘୁରାମ ଶିକ୍ଷକତା ଚାକିରି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେହିବର୍ଷ ସେ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ବିଧାୟକ ଭାବେ ଲଢି ହାରିଥିଲେ । ଏହା ପୂର୍ବରୁ ସମାନ ଅଭିଯୋଗରେ ତାଙ୍କୁ ୨୦୨୧ ଅକ୍ଟୋବରରେ ଦଳରୁ ନିଲମ୍ବିତ କରାଯାଇଥିଲା ।