Samir 25 E1673965864671

ଓଡ଼ିଶାରେ ବିଜେପି ସରକାର ଆସିଲେ ଗ୍ରାମାଞ୍ଚଳ ଓ ସହରୀ ଜୀବନ ହେବ ସୁଖମୟ

Politics State

ଭୁବନେଶ୍ବର: ସହରୀ ଜୀବନ ଓ ସୁଶାସନ ପ୍ରସଙ୍ଗକୁ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି ପୂରଣ କରିସାରିଲେଣି। ଏଥିରେ ରହିଛି କାଶ୍ମୀରରୁ ୩୭୦, ୩୫ ‘ଏ’ ଧାରା ଉଚ୍ଛେଦ, ସମାନ ନାଗରିକ ସଂହିତା ଲାଗୁ, ରାମ ମନ୍ଦିର ପ୍ରତିଷ୍ଠା, ପ୍ରତି ଘରକୁ ପାଣି ଯୋଜନାକୁ ସଫଳ ରୂପାୟନ କରିପାରିଛନ୍ତି। ଏସବୁ ପ୍ରତିଶୁତି ଭିତରେ ରହିଛି ଓଡ଼ିଶାର କଥା। ତେବେ, ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଗ୍ରାମାଞ୍ଚଳର ବିକାଶ ସହ ସହରାଞ୍ଚଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ବିଜେପି ସରକାର ଆସିଲେ ଟ୍ୱିନ ସିଟିରେ ମୁଖ୍ୟତଃ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ପରିଚାଳନା, ଭୂତଳ ଜଳ ପରିଚାଳନା , ସହରବାସୀଙ୍କ ସୁସ୍ଥ ଜୀବନ ଆଦିକୁ ଗୁରୁତ୍ୱ ଦିଆଯିବ। ଏଥିପାଇଁ ମୋଦୀ ସରକାର ମ୍ୟାପିଙ୍ଗ କରିସାରିଛନ୍ତି।

ଏହାବାଦ୍ ଏବେ ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ବିଲ ଦେଇ ହନ୍ତସନ୍ତ ହେଉଛନ୍ତି ସହରାଞ୍ଚଳବାସିନ୍ଦା । ବିଜେପି ସରକାର ରାଜ୍ୟର ଗ୍ରାମବାସୀଙ୍କ ସହ ସହରାଞ୍ଚଳବାସୀଙ୍କ ପାଇଁ ସୂର୍ଯ୍ୟ ଘର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନଙ୍କ ଉପରେ ବିଦ୍ୟୁତ ବିଲ ବୋଝ ଆଉ ପଡିବ ନାହିଁ। ନିଜର ବଳକା ବିଦ୍ୟୁତ୍ ସୌରଶକ୍ତିକୁ ସେମାନେ ବିକ୍ରି ଅଧିକ ଦି ପଇସା ବି ସରକାରଙ୍କଠାରୁ ପାଇପାରିବେ।

ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋକପାତ କରିଛନ୍ତି ସମୀର ମହାନ୍ତି। ସେ କହିଛନ୍ତି, ଓଡ଼ିଶାର ସହରବାସୀ ହୁଅନ୍ତୁ ବା ଗ୍ରାମାଞ୍ଚଳବାସୀ ହୁଅନ୍ତୁ ଶିକ୍ଷା ବା ଚିକିତ୍ସା ପାଇଁ ରାଜ୍ୟ ବାହାର ସହରଗୁଡିକୁ ଯାଉଛନ୍ତି। ସେଠାରେ ରହିବାକୁ ସେମାନେ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ଦୂର କରିବାକୁ ପ୍ରତି ମେଟ୍ରୋ ସିଟିରେ ଓଡ଼ିଶା ଭବନ ନିମାଣ କରିବାକୁ ଲକ୍ଷ୍ୟ ରଖିଛି ବିଜେପି।