ନ୍ୟାସନାଲ ଏଗ୍ରିକଲଚର କୋପୋରେଟିଭ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏବେ ଖାଉଟିଙ୍କୁ ୩୦ ଟଙ୍କା ଦରରେ ପିଆଜ । ମୁଣ୍ଡ ପିଛା ୨ କିଲୋ ଲେଖାଏଁ ପିଆଜ ଦିଆଯାଉଛି । ଫଳରେ କମ ଦରରେ ପିଆଜ ନେବା ପାଇଁ ନାଫେଡ ସାମ୍ନାରେ ଠେଲା ପେଲା ହେଉଛନ୍ତି ଲୋକେ। କେବଳ ପିଆଜ ନୁହେଁ ବୁଟ ଡାଲି , ଭାରତ ଅଟା ମଧ୍ୟ ଶସ୍ତାରେ ବିକ୍ରି ହେଉଥିଲା । ଡାଲି ବଜାରରେ ୬୦ ଟଙ୍କାରେ ବିକ୍ରି କରାଯାଉଥିଲା । ରାଜ୍ୟରେ ଭୁବନେଶ୍ବର , କଟକ , ଯାଜପୁର , ବଲାଙ୍ଗୀର , ନୂଆପଡା , ରାୟଗଡା, ବ୍ରହ୍ମପୁର , ମାଲକାନଗିରି ଆଦି ଜିଲ୍ଲା ଗୁଡିକରେ ଏବେ ପର୍ଯ୍ୟନ୍ତ ବିକ୍ରି ଚାଲିଛି । କିଛି ଦିନ ତଳେ କଂଗ୍ରେସ ମଧ୍ୟ ପିଆଜ ୩୦ ଟଙ୍କା ରେ ବିକି ଚର୍ଚ୍ଚା ରେ ଥିଲା ।