Onn 3

ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

State

gachha

ବେତନଟୀ ସଦର: ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି | ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି |

ଘଟଣାସ୍ଥଳରେ ବେତନଟୀ ଓ ରେଳବାଇ ପୁଲିସ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା କାମ ଆରମ୍ଭ ହୋଇଛି | ବିଦ୍ୟୁତ ସରବରାହ ଠିକ କରିବାକୁ ଇଞ୍ଜିନିୟର ଓ କର୍ମଚାରୀ ଖଡ଼ଗପୁରରୁ ଆସିବା ନେଇ ସୂଚନା ମିଳିଛି | ଟ୍ରେନରେ ଯାଉଥିବା ଏକାଧିକ ଯାତ୍ରୀ ଟ୍ରେନ ବନ୍ଦ ପାଇଁ ହଇରାଣ ହେଉଥିବାର ଦେଖାଯାଇଛି |


Post Views: 5