Onn 3

ଓଡିଶା ରାଜ୍ୟର ଅଭିନବ କାର୍ଯ୍ୟକ୍ରମ ଅଦ୍ୱିକା ର ସଫଳତା

State

ମୟୁରଭଞର କିଶୋରୀ ମମତାଙ୍କୁ ପୁରଷ୍କୃତ କଲେ ରାଜ୍ୟ ସରକାର

ବାରିପଦା: ସମଗ୍ର ଭାରତ ବର୍ଷରେ ପ୍ରଥମ ତାଜ୍ୟ ଭାବରେ ଓଡିଶା ସରକାର କିଶୋର କିଶୋରୀ ମାନଙ୍କର ସଶକ୍ତିକରଣ ଉଦ୍ଧେଶ୍ୟରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ନାମ ହେଉଛି ଅଦ୍ୱିୁକା । ପ୍ରତ୍ୟେକଟି ଶିଶୁ ଅନନ୍ୟ ଏବଂ ତାର ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷା , ସ୍ୱାସ୍ଥ୍ୟ ଓ ଜୀବନ କୈାଶଳ ଶିକ୍ଷାର ବିଶେଷ ଗୁରୁତ୍ୱ ରହିଅଛି । ସମାଜରେ ଥିବା ଲିଙ୍ଗଗତ ଭେଦଭାବ ଓ ବାଳିକା ମାନଙ୍କ ପ୍ରତି ଥିବା ନକରାତ୍ମକ ଚିନ୍ତାଧାରା ବାଳିକା ମାନଙ୍କର ବିକାଶ ର ପ୍ରତିବନ୍ଧକ ହୋଇଥାଏ । ସେଥିରୁ ମୁକ୍ତ ରହି କିଶୋର କିଶୋରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇବେ ଓ କୈାଶଳ ଅବସ୍ଥାରେ ନିଜ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେଇପାରିବେ ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରତ୍ୟେକ ଶନିବାର ଦିନ ଅଙ୍ଗନଓାଡି କେନ୍ଦ୍ରରେ ଅଦ୍ୱିକା କାର୍ଯ୍ୟକ୍ରମ ବାଲୁ ରହିଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶମାଖୁଣ୍ଟା ବ୍ଲକ ର କିଶୋରୀ ମମତା ଜାଣିଥିଲା ଯେ ବାଲ୍ୟ ବିବାହ କରିବା ଆଇନତଃ ଅପରାଧ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତାକୁ ୧୪ ବର୍ଷ ହୋଇଥିବାବେଳେ ତାର ବିବାହ ସ୍ଥିର ହୋଇଥିଲା ।

କିନ୍ତୁ ସିଏ ନିଜେ ତାର ବିରୋଧ କରିଥିଲେ ଓ ଅନ୍ୟମାନଙ୍କ ସହେଯାଗରେ ଏହି ବିବାହ ବନ୍ଦ ହୋଇଥିଲା । ତା ପରେ ସିଏ ପାଠ ପଢା ଜାରିରଖିବା ସହିତ ୨୦୧୩ ମସିହାରେ ସଫଳତାର ସହିତ ମେଟ୍ରିକ ପାଶ କରିଥିଲେ । ବର୍ତ୍ତମାନ ଯୁକ୍ତ ଦୁଇ ବିଜ୍ଞାନ ପଢା ଜାରିରଖିଛନ୍ତି । ସେ ନିଜେ ଜଣେ ଶିଶୁ ହୋଇ ମଧ୍ୟ ଶିୂଶୁ ସୁରକ୍ଷା ଓ ଶିଶୁ ଅଧିକାର ବିଷୟରେ ଅନ୍ୟ ସାଙ୍ଗ ସାଥିମାନଙ୍କୁ ସଚେତନ କରିଚାଲିଛନ୍ତି । ନିଜ ବୟସର ଅନ୍ୟ ଝିଅ ମାନଙ୍କୁ ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନ କରିବାକୁ କହୁଛନ୍ତି । ଗାଁ ସ୍ତରର ,ପଞ୍ଚାୟତ ସ୍ତରର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମ୍ପର୍କୀତ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସ୍ୱାଧିନ ମତ ରଖୁଛନ୍ତି । ବିଶେଷ ଭାବରେ ବ୍ଲକ ସ୍ତରରେ ହେଉଥିବା ଶିଶୁ ପାଇଁ ଦିନଟିିଏ କାର୍ଯ୍ୟକ୍ରମରେ ନିଜର ଅନୁଭୂତି କଥା ଓ କିପରି ନିଜର ବିବାହ କୁ ବନ୍ଦ କରିବାରେ କିପରି ସଫଳ ହୋଇଥିଲେ ତାହା କହି ଅନ୍ୟକୁ ପ୍ରେରଣା ଦିଅନ୍ତି । ଓଡିଶା ସରକାର , ୟନିସେଫ ଓ ଆକସେନଏଡ ର ମିଳିତ ସହଯୋଗରେ ଓଡିଶା କୁ ବାଲ୍ୟ ବିବାହ ମୁକ୍ତ ରାଜ୍ୟ କରିବାପାଇଁ ହେଉଥିବା କାର୍ଯ୍ୟକ୍ରମ ପାଇଁ ମମତା ଭଳି କିଶୋରୀମାନେ ସଫଳତାର ଉଦାହରଣ ପାଲଟିଛନ୍ତି । ତାଙ୍କର ଏହି ଉଲେଖନୀୟ କାର୍ଯ୍ୟପାଇଁ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ୧୩ ତମ ପ୍ରତିଷ୍ଠା ଦିବସରେ ବାଲ୍ୟ ଯୋଦ୍ଧା ଭାବରେ ଭୂବନେଶ୍ୱର ଠାରେ ମାନପତ୍ର ଓ ପୁରଷ୍କାର ପ୍ରଦାନ ପୂର୍ବକ ମମତା ଙ୍କୁ ସାମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି । ଏହି ପୁରଷ୍କାର ଅନ୍ୟ କିଶୋର କିଶୋରୀ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମମତା ମତବ୍ୟକ୍ତ କରିବା ସହିତ ବିଦ୍ୟାଳୟକୁ ହଁ , ବାଲ୍ୟବିବାହକୁ ନାଁ କହିବାକୁ ଆହ୍ନାନ ଦେଇଛନ୍ତି ।