Onn 3

ବାରାମୁଳାରେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

National & International

 

drwe

ଜମ୍ମୁ-କାଶ୍ମୀରର ବାରାମୁଳାରେ ଜଣେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଠାରେ ପୁଣି ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଗୁଲାମ ମହମ୍ମଦ ଡାରଙ୍କୁ ତାଙ୍କ ଘର ନିକଟରେ ହିଁ ଆତଙ୍କବାଦୀମାନେ ଗୁଳି କରିଥିଲେ ଏବଂ ସେଠାରୁ ପଳାଇ ଯାଇଥିଲେ। ଏହାପରେ ଡାରଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

କହି ରଖୁଛୁ, କାଶ୍ମୀର ଘାଟିରେ ଗତ ତିନି ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଆତଙ୍କବାଦୀ ଘଟଣା। ଦିନକ ପୂର୍ବରୁ ପୁଲୱାମାରେ ଆତଙ୍କବାଦୀମାନେ ୟୁପିର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହିପରି ଗତ ରବିବାର ଜଣେ ଆତଙ୍କବାଦୀ ଶ୍ରୀନଗରରେ ଜଣେ ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ କାଶ୍ମୀର ଜୋନ୍ ପୋଲିସ ଦୁଃଖ ପ୍ରକାଶ କରିଛି। ଏହା ‘ଏକ୍ସ’ରେ କହିଛି ଯେ ଆହତ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଆମେ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଏଭଳି କଷ୍ଟ ସମୟରେ ଆମେ ତାଙ୍କ ପରିବାର ସହିତ ଛିଡା ହୋଇଛୁ। ଅଞ୍ଚଳକୁ କର୍ଡନ କରାଯାଇଛି। ସର୍ଚ୍ଚ ଅପରେସନ୍ ଚାଲିଛି।

ବାରାମୁଳାରେ ହେଡ କନଷ୍ଟେବଳଙ୍କ ହତ୍ୟା ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଛି। ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିବା ସହିତ ଆତଙ୍କବାଦୀମାନଙ୍କୁ ଖୋଜାଖୋଜି କରୁଛନ୍ତି। ଆତଙ୍କବାଦୀ ଆଖପାଖ ଅଞ୍ଚଳରେ ଲୁଚି ଥାଇପାରନ୍ତି ବୋଲି ସୁରକ୍ଷା ବାହିନୀ ଆଶଙ୍କା କରୁଛନ୍ତି।