Onn 3

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ୬ ନକ୍ସଲ ମୃତ

Crime National & International

 

erwr

ରାୟପୁର : ଛତିଶଗଡ଼ରେ ମଙ୍ଗଳବାରଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି । ଅର୍ଥାତ ରାଜ୍ୟରେ ଗୋଟିଏ ସମୟରେ ବାଲଟ ଓ ବୁଲେଟ ଲଢେଇ ଚାଲିଛି ।

ସୂଚନା ଅନୁସାରେ, ଛତିଶଗଡର କାଙ୍କେର ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ନକ୍ସଲ ଓ ବିଏସଏଫ ଓ ଡିଆରଜିର ଏକ ଟିମ୍ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ଏକେ-୪୭ ଜବତ କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିରେ ୬ ନକ୍ସଲ ନିହତ ହୋଇଛନ୍ତି ବୋଲି ଛତିଶଗଡ଼ ପୁଲିସ କହିଛି। ଏହା ସହିତ ୨ ଯବାନ ଆହତ ହୋଇଛନ୍ତି । କାଙ୍କେର ଏସପି ଦିବ୍ୟାଙ୍ଗ ପଟେଲ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି। କାଙ୍କେରରେ ନକ୍ସଲମାନେ ଏକେ-୪୭ ରାଇଫଲ ମଧ୍ୟ ବ୍ୟବହାର କରିଛନ୍ତି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।  ବାନ୍ଦେ ଥାନା ଅଞ୍ଚଳରେ ଥିବା ମତଦାନ କେନ୍ଦ୍ର ନିକଟରେ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେହିପରି ନାରାୟଣପୁର ଜିଲ୍ଲାର ତାଦେର ଜଙ୍ଗଲରେ ମଧ୍ୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାଯାଇଛି ।