Onn 3

ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା କର୍ମଚାରୀ ମଞ୍ଚ, ମୟୂରଭଞ୍ଜ ମିଳିତ ସମାରୋହ

State

ବାରିପଦା:  ସ୍ଥାନୀୟ ଶ୍ରୀମା ମହିଳା ମହାବିଦ୍ୟାଳୟ ସଭାକକ୍ଷଠାରେ ମଞ୍ଚର ସଭାପତି ହିମାଂଶୁ ଶେଖର ଦାସଙ୍କ ପୌରହିତ୍ୟରେ ମଞ୍ଚର କାର୍ଯ୍ୟକାରିଣୀ କମିଟି ଏବଂ ସାଧାରଣ ସଦସ୍ୟ ସଦସ୍ୟାଙ୍କ ଏକ ମିଳିତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଏଥି ମଧ୍ୟରେ ସ୍ୱର୍ଗାରୋହଣ କରିଥିବା ୰ କେଶବ ଚନ୍ଦ୍ର ସାହୁ, ୰ଗଲୋକ ଚନ୍ଦ୍ର ଦାସ ଏବଂ ୰ ଶିରୀଶ ଚନ୍ଦ୍ର ବାରିକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍‌ପରେ ସୁଶ୍ରୀ ଭାରତୀ ଦେବର୍ତ୍ତାଙ୍କ ଜଗନ୍ନାଥ ଜଣାଣ ପରେ ଯଥାରୀତି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମଞ୍ଚର ସାଧାରଣ ସମ୍ପାଦକ ଅଶୋକ କୁମାର ପଲେଇ ମଞ୍ଚର ଉଦ୍ଦେଶ୍ୟ ଏବଂ ପରବର୍ତ୍ତୀ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ତଥା ଅନ୍ୟାନ୍ୟ ସରକାରୀ ସୁବିଧା ପାଇବାର ଆଇନଗତ ଦିଗ ଉପରେ ଉପଦେଷ୍ଟା ଗଣେଶ ଚନ୍ଦ୍ର ପ୍ରଧାନ ଓ କୁଶ କିଶୋର ମହାନ୍ତି ଉପାଦେୟ ଦିଗ୍‌ଦର୍ଶନ ଦେଇଥିଲେ । ମଞ୍ଚର ସାଙ୍ଗଠାନିକ ଅଭିବୃଦ୍ଧି ଦିଗରେ ଉପ-ସଭାପତି ଭାଗବତ ପଣ୍ଡା, ସୁଦର୍ଶନ ପଣ୍ଡା ଓ ଜ୍ଞାନ ରଞ୍ଜନ ଦାଶ ସର୍ବପରି ମିଡିଆ ସଂଯୋଜକ ବାସୁଦେବ ବେହେରା ମୂଲ୍ୟବାନ ବିବୃତ୍ତିମାନ ରଖିଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ପ୍ରହ୍ଲାଦ ପ୍ରଧାନ, ଅଶ୍ୱନୀ କୁମାର ମହାପାତ୍ର ଏବଂ ପ୍ରଦୀପ କୁମାର ପାଣି ପ୍ରମୁଖ ସଂଗଠନକୁ ଦୃଢ କରିବା ଦିଗରେ ସ୍ୱକୀୟ ମତ ରଖିଥିଲେ । ମଞ୍ଚର କଳେବର ବୃଦ୍ଧି କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ବୈଠକ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥି ସହିତ ଜିଲ୍ଲା ଅନ୍ତର୍ଭୁକ୍ତ ବିଭିନ୍ନ ସ୍ଥାନରେ ରହୁଥିବା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷା ବିଭାଗୀୟ କର୍ମଚାରୀମାନେ ସ୍ୱେଚ୍ଛାପ୍ରଣୋଦିତ ଭାବେ ଆସି ମଞ୍ଚରେ ସାମିଲ ହୁଅନ୍ତୁ ବୋଲି ସମାରୋହ ବିନମ୍ର ଆହ୍ୱାନ ଜଣାଇଥିଲା । କାର୍ଯ୍ୟକ୍ରମ ମଧ୍ୟରେ ଅଜୟ କୁମାର ପାଳ, ପ୍ରଦୀପ କୁମାର ନାୟକ ଓ ଅଶୋକ କୁମାର ପଲେଇ ସ୍ୱରଚିତ କବିତାପାଠ କରି ସମସ୍ତଙ୍କୁ ଆନନ୍ଦିତ କରିଥିଲେ । ପରିଶେଷରେ ସଭାପତିଙ୍କ ଅଭିଭାଷଣ ଏବଂ କଷାଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।