Onn 3

ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା

State

 

fefs

ଭୁବନେଶ୍ବର : ଆଜି ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ  ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିଶ୍ୱ ବ୍ୟାଙ୍କ କଣ୍ଟ୍ରି ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ରେ କହିଛନ୍ତି ବିପର୍ଯ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ବାନ । ରାଜ୍ୟ ସବୁବେଳେ ପ୍ରତିଟି ବିପର୍ଯ୍ୟୟ କୁ ସଫଳତାର ସହ ମୁକାବିଲା କରିଛି । ଚଳିତ ବର୍ଷ ଘଟିଥିବା ବାହାନଗା ଟ୍ରେନ ଟ୍ରାଜେଡି ତାହାର ସବୁଠୁ ବଡ଼ ଉଦାହରଣ । ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ  ।

ସେହିପରି ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ବିପର୍ଯ୍ୟୟ ମୁକାବିଲା ରେ ଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆସିଛି । ବାହାନଗା ଟ୍ରେନ ଟ୍ରାଜେଡି ରେ ଆମେ ଭଲ କାମ କରିଛନ୍ତି । ବଜ୍ରାଘାତ ମୃତ୍ୟୁ, ସାପ କାମୁଡା ଓ ପାଣି ବୁଡ଼ି ମୃତ୍ୟୁ ଏବେ ସରକାରଙ୍କ ପାଇଁ ସବୁଠୁ ଚିନ୍ତାଜନକ । ତାଳ ଗଛ ଲଗାଇ ବଜ୍ରାଘାତ ପ୍ରଭାଵ କମ ପାଇଁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ ODRAF ଟିମ ରହିବେ । ଏବେ ରାଜ୍ୟରେ ୨୦ଟି ODRAF ଟିମ ରହିଛି ।

ଅନ୍ୟପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି ଓଡ଼ିଶାର ପ୍ରତି ଘରୁ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା ସୃଷ୍ଟି କରାଯିବ । ୱାର୍ଡ ମେମ୍ବର ଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରଶିକ୍ଷଣ ନେବେ   । ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ  । ଚାରିଆଡ଼େ ପକ୍କା ଘର ହୋଇଗଲାଣି । ଆଉ ପଲିଥିନ ଦରକାର ନାହିଁ । ତଥାପି ସବୁ ଜିଲ୍ଲାରେ ପର୍ଯ୍ୟାପ୍ତ ପଲିଥିନ ରଖାଯାଇଛି । ସବୁ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ନେବେ  । ସବୁ ପଞ୍ଚାୟତରେ ଅଟୋମେଟଡ ୱେଦର ଓ ରେନ ଗଜ ଷ୍ଟେସନ ଲାଗିବ । ଏବଂ ୩ ହଜାର ପଞ୍ଚାୟତ ପାଇଁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ  ।