Onn 3

ଦିନକ ପରେ କାର୍ତ୍ତିକ ମାସ : ଆଜି ଆମିଷ ବଜାରରେ ଗହଳି

State

 

ami

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଧର୍ମ ମାସ କାର୍ତ୍ତିକ  । ମାସେ ଧରି ଆମିଷ ଛାଡିବେ ଲୋକ  । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକ ଆମିଷ ଖାଇବେନାହିଁ । ତେଣୁ କହିବାକୁ ଗଲେ ଆଜି ହେଉଛି ଶେଷ ଆମିଷ ବାରି । ଏଥିଲାଗି ଆଜି ଆମିଷ ମାର୍କେଟ୍ ରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଲୋକଙ୍କ ଭିଡ ଲାଗିଛି  ।  ଗ୍ରାହକଙ୍କ ମନଜାଣି ବେପାରୀ ମାନେ ବି ମାଛ ମାଂସ ଆମଦାନୀ କରିଛନ୍ତି ।

ଲୋକମାନେ ନିଜ ରୁଚି ଅନୁସାରେ ଆମିଷ କିଣୁଛନ୍ତି  । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବେପାରୀ ମାନେ ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଚିକେନ୍ ଓ ମାଂସ । ଆଜି ଦର ମଧ୍ୟ ଟିକି ଉଚ୍ଚା ରହିଛି । ରୋହି କିଲୋ ୧୮୦ ଟଙ୍କା ଥିବାବେଳେ ଭାକୁର ମାଛ ୨୨୦ ଟଙ୍କା , ଇଲିଶି ୧୮୦୦ ଟଙ୍କା ରହିଛି  । ସେହିପରି କଙ୍କଡା ୬୦୦ ଟଙ୍କା ଥିବାବେଳେ ମଟନ ୮୦୦ ଏବଂ ଚିକେନ୍ ୪୫୦ ଟଙ୍କା କିଲୋ ରହିଛି ।  ରେଟ୍ ଟିକିଏ ଅଧିକ ଥିଲେ ବି ଲୋକେ ଏହାକୁ ଖାତିର ନକରି ନିଜ ମନ ପସନ୍ଦର ଆମିଷ କିଣି ନେଉଛନ୍ତି ।