Onn 3

ଅନ୍ୟୂନ ୧୨ ମୃତ, ଜଣେ ଆହତ

National & International

tscm

ଚିକ୍କବଲ୍ଲାପୁର: ଆଜି ସକାଳେ କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଗୋଟାଏ ସିମେଣ୍ଟ୍‌ ମିକ୍ସର୍‌ ଟ୍ରକ୍‌ ସହିତ ଗୋଟାଏ ଟାଟା ସୁମୋ କାର୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।
ବୋଲେରୋ ଯାତ୍ରୀମାନେ ବାଗେପଲ୍ଲୀରୁ ବେଙ୍ଗାଲୁରୁ ଆଡ଼କୁ ଯାଉଥିବା ସକାଳ ପ୍ରାୟ ୭.୧୫ ବେଳେ ଦୁର୍ଘଟଣା ଘଟିବାରୁ ଘଟଣାସ୍ଥଳରେ ହିଁ ୧୨ଜଣଙ୍କର ମୃତ୍ୟୁ ହୋଇଗଲା। ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି।
ଏହି ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ପେଙ୍କୋଣ୍ଡା ଜିଲ୍ଲାରୁ ଆସିଥିଲେ। ମୃତ ଯାତ୍ରୀମାନଙ୍କର ଶବ ଉଦ୍ଧାର କରାଯାଇଥିଲେ ବି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ପାରି ନାହିଁ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ମହିଳା।