Onn 3

ଏଥର ରାଜଧାନୀରେ ୧୮୮ ଦୁର୍ଗା ମେଢ; ଜଗିବେ ୩୧ ପ୍ଲାଟୁନ ଫୋର୍ସ, ବ୍ଲକିଂ, ଚେକିଂ କଡ଼ାକଡ଼ି

State

IMAGE_1697697306

ଭୁବନେଶ୍ବର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଜମିଲାଣି ଭିଡ଼ । ଦଶହରା ବେଳେ କଡ଼ା ସୁରକ୍ଷାରେ ରହିବ ରାଜଧାନୀ । ଶାନ୍ତିଶୃଙ୍ଖଳାର ସହ ପୂଜା ନିମନ୍ତେ ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ ।
ଚଳିତ ବର୍ଷ ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ଏଥିନିମନ୍ତେ ୨୦ରୁ ୨୫ ଅକ୍ଟୋବର ଯାଏଁ ପୁଲିସ ଛାଉଣୀରେ ରହିବ ପୁରା ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ ।
କମିଶନରେଟ ପୁଲିସ୍‌ କମିଶିନ ସୌମେନ୍ଦ୍ର ପିୟଦର୍ଶୀଙ୍କ କହିବାନୁଯାୟୀ, ସମୁଦାୟ ତିନିଟି କାଟାଗୋରିରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ଏଥିପାଇଁ ବିଭିନ୍ନ ବିଭାଗ ସହ କମିଶନରେଟ ପୁଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ୬ଟି ଜାଗାରେ କଣ୍ଟ୍ରୋଲ ରୁମ୍‌ କରିଛି କମିଶନରେଟ ପୁଲିସ । ବଟି ଓ ଚାନ୍ଦା ରୋକିବାକୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।
ପୁରା ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ସୁରକ୍ଷା ବ୍ୟବସ୍ଥାରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ସେମାନଙ୍କ ବାଦ ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ ।
ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ରାଜଧାନୀବାସିଙ୍କୁ ନିବେଦନ କରିଛନ୍ତି ପୁଲିସ କମିଶନର ।