Onn 3

ପୋକ୍ସୋ କୋର୍ଟର ଐତିହାସିକ ରାୟ: ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

State

court

ସୁନ୍ଦରଗଡ଼,୧୯।୧୦ : ସୁନ୍ଦରଗଡ଼ ଜିଲା ଟାଉନ୍‌ ଥାନା ଅଞ୍ଚଳରେ ଗତ ୨୦୧୬ ଅକ୍ଟୋବରରେ ଘଟିଥିବା ୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ବଳାତ୍କାର ଏବଂ ହତ୍ୟା ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଜଜ୍‌ ତଥା ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ହତ୍ୟାକାଣ୍ଡର ଶୁଣାଣି କରି ଅଭିଯୁକ୍ତ ସଞ୍ଜୀବ କେରକେଟା(୪୦)ଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୧ ଅକ୍ଟୋବର ୨୦୧୬, ରାତିରେ ନାବାଳିକା ଜଣକ ଘରେ ନିଜ ମା’ ପାଖରେ ଶୋଇଥିଲେ। ସେତିକିବେଳେ ଅଭିଯୁକ୍ତ ସଞ୍ଜୀବ କୌଶଳ କ୍ରମେ ତାଙ୍କୁ ଅପହରଣ କରି ନେଇ ଏକ ନିର୍ମାଣାଧୀନ କୋଠା ଭିତରେ ବଳାତ୍କାର କରିବା ପରେ ହତ୍ୟା କରି ଫେରାର ହୋଇଯାଇଥିଲେ। ତା’ ପରଦିନ ସକାଳେ ନାବାଳିକାଙ୍କ ମା’ ଝିଅଙ୍କୁ ନ ପାଇ କେହି ଜଣେ ଘରେ ପଶି ଝିଅଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ କରିଥିଲେ।
ପ୍ରଥମେ ଟାଉନ ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ୩ଦିନ ପରେ ନିଖୋଜ ଶିଶୁକନ୍ୟାଙ୍କ ଗଳିତ ମୃତଦେହ ନିର୍ମାଣାଧୀନ କୋଠାରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦତନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ସଞ୍ଜୀବଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପୋଲିସ ଜେରା ପରେ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲେ।
ଏନେଇ ପୋଲିସ ଏକ ବଳାତ୍କାର, ହତ୍ୟା ମାମଲା(ନଂ.୨୮୪/୨୦୧୬) ରୁଜୁ କରି ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରି କୋର୍ଟ ଚାଲାଣ କରିଥିଲା। ପୋକ୍ସୋ କୋର୍ଟ ଜଜ୍‌ ବ୍ୟବଚ୍ଛେଦ ରିପୋର୍ଟ ଏବଂ ୩୫ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଫାଶିଦଣ୍ଡା ଦେଶ ଶୁଣାଇଛନ୍ତି। ଏଥିସହିତ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ପିଡୀତା ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ମୂଳଳ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାକୁ ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ପବି୍ଲକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ପରିଚାଳନା କରୁଥିଲେ। ମାମଲାରେ ଜିଲା ଓକିଲ ସଙ୍ଘର ନିଷ୍ପତ୍ତି କ୍ରମେ ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଓକିଲ ଲଢି ନ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟର ଏହି କଠୋର ଦଣ୍ଡାଦେଶ ସମାଜରେ ଘଟୁଥିବା ଏଭଳି ଅମାନବୀୟ ଘଟଣା ପାଇଁ ଏକ ଦୃଷ୍ଟାନ୍ତ ମୂଳକ ରାୟ ବୋଲି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମିଶ୍ର ପ୍ରକାଶ କରିବା ସହ ପୀଡିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି।ଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।