ଭୁବନେଶ୍ଵର: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି । ୧୫ ପରେ ଆଉ ବଢ଼ିବନି ଇ-କେୱାଇସି ଅବଧି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏବେ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଲୋକ ଇ-କେୱାଇସି କରିନାହାନ୍ତି । ଇ-କେୱାଇସି ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର ।
ତେବେ ଅଯୋଗ୍ୟ ହିତାଧିକାରୀ ଯଥାଶୀଘ୍ର କାର୍ଡ ନଫେରାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି,ଶ୍ରୀ ଶ୍ରୀ ପାତ୍ର । ମୋଟ ୮ ଲକ୍ଷ ଆୟକରଦାତା ରାସନ କାର୍ଡ ହାତେଇଛନ୍ତି । ସ୍ବାସ୍ଥ୍ୟ କାର୍ଡ ହାତେଇବାକୁ ରାସନ କାର୍ଡ ନେଇଥିଲେ । ସେଥିରୁ ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ କାର୍ଡ ଫେରାଇଲେଣି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ । ଯଦି ଇ-କେୱାଇସି କରା ନ ଯାଏ ତେବେ ରାସନ କାର୍ଡରୁ ନାଁ କାଟିଦିଆଯିବ । ଯାହା ଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନକାର୍ଡ ଧାରୀ ଏବଂ ଧନୀକ ଶ୍ରେଣୀର ଲୋକେ ରାସନ କାର୍ଡ ହାତେଇଥିଲେ ତାହା କାଟିଦିଆଯିବ । ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି । ଏବେ ସୁଦ୍ଧା ପ୍ରାୟ ୧୨ ହାଜର ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇ ସାରିଲେଣି । ଆହୁରି କିଛି ବ୍ୟକ୍ତି ଫେରାଇ ପାରନ୍ତି ।