Onn 3

ସାନ୍ତାଳୀ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏସନ୍’ ଏବଂ’ ସାଗେନ୍ ସାର୍ନା ‘ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ କୁସୁମୀ ବ୍ଳକ ସ୍ତରୀୟ ଟାଲେଣ୍ଟ ହଣ୍ଟର ସମ୍ବର୍ଦ୍ଧନା ଉତ୍ସବ

State

ବାରିପଦା: ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ସାନ୍ତାଳୀ ଇଞ୍ଜିନିୟର୍ସ ଓ୍ବଏଲଫଏୟଆର ଆସୋସିଏସନ୍ ଏବଂ ସାଗେନ୍ ସାର୍ନା’ ମିଳିତ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ହାଟବାଦଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କୁସୁମୀ ବ୍ଳକ ସ୍ତରୀୟ ଟାଲେଣ୍ଟ ହଣ୍ଟ ( ମେଧା ପ୍ରତିଭା ଅନ୍ଵେଷଣ ) କାର୍ଯ୍ୟକ୍ରମ ଅକ୍ଟୋବର ୯ ତାରିଖ ଦିନ କେବଳ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୪୫ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ । ଅକ୍ଟୋବର ୧୫ ତାରିଖ ଦିନ ମୌଖିକ ପରୀକ୍ଷା ( ଏକ୍ସଟେମ୍ପର ) ଅନୁଷ୍ଠିତ ହୋଇଥିଲା ।ଏହି ପରୀକ୍ଷାରେ ହାଟଵାଦଡା ସରକାରୀ ହାଇସ୍କୁଲର ଛାତ୍ର ସ୍ମୃତି ସମ୍ବଦନା ରାଉତ ପ୍ରଥମ,ସାନଜୟଦାନ ଆଦର୍ଶ ସ୍କୁଲରେ ଛାତ୍ରୀ ନିହାରିକା ଗିରି ଦିତୀୟ,ପାହାଡପୁର ଏସଏଲଏସ ସ୍କୁଲର ଛାତ୍ର ଭୂତେଶ ଗିରି ତୃତୀୟ,ସାନଜୟଦାନ ଆଦର୍ଶ ସ୍କୁଲ ଛାତ୍ର ସୃତିରେଖା ଗିରି ଚତୁର୍ଥ ଏବଂ ହାଟବାଦଡା ସରକାରୀ ହାଇସ୍କୁଲର ଛାତ୍ର ଅଦିତି ଦେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଏହି ମେଧା ପ୍ରତିଭା ଅନ୍ବେଷଣ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ହେମ୍ବ୍ରମ ଯୋଗ ଦେଇଥିଲେ । ପିଲାମାନଙ୍କୁ ଉଚ୍ଚ ସ୍ବପ୍ନ,ଭଲ ମଣିଷ,ଗୁରୁ ଭକ୍ତି,କଠିନ ପରିଶ୍ରମ ଓ ଅଧ୍ୟବସାୟ,ଉତ୍ତମ ଆଚରଣ ଓ ସେବା ମନୋଭାବ ହେବାପାଇଁ ପରାମର୍ଶ ଦେଇଥିଲେ ।

ପରିଶ୍ରମର ଫଳ ବିଳମ୍ବରେ ହେଲେ ବି ନିଶ୍ଚିତ ମିଳିବ ।ଜୀବନରେ ଧୈର୍ଯ୍ୟ ସବୁଠାରୁ ବଡ଼ ଜିନିଷ ।ପରେ ମୁଖ୍ୟ ଅତିଥି ପ୍ରଥମ ବିଜେତାଙ୍କୁ ୧୦ ହଜାର,ଦିତୀୟ ବିଜେତାଙ୍କୁ ୬ ହଜାର,ତୃତୀୟ ବିଜେତାଙ୍କୁ ୫ ହଜାର , ଚତୁର୍ଥ ବିଜେତାଙ୍କୁ ୪ ହଜାର ଏବଂ ୫ ମ ବିଜେତାଙ୍କୁ ୩ ହଜାର ଟଙ୍କା ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଅର୍ଥ ରାଶିକୁ ପୁରସ୍କୃତ କରିଥିଲେ ।ତଦସହ ଶ୍ରେଷ୍ଠ ୨୦ ଜଣଙ୍କୁ ହଜାରେ ଟଙ୍କା ଲେଖାଏଁ ସାନ୍ତ୍ବନା ମୂଳକ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ ।ଏହି ମେଧା ଅନ୍ଵେଷଣ କାର୍ଯ୍ୟକ୍ରମ ମୟୂରଭଞ୍ଜ ଭଳି ପଛୁଆ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡିକରେ ତୃଣମୂଳ ସ୍ତରରୁ ଫଣ୍ଡାମେଣ୍ଟାଲ ଉନ୍ନତିରେ ଛାତ୍ରଛାତ୍ରୀ ମାନେ ସାମ୍ନା ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ ତାହାହିଁ ଏହି ଟାଲେଣ୍ଟ ହଣ୍ଟ ର ଉଦେଶ୍ୟ ବୋଲି ଆୟୋଜକ ତଥା ସାନ୍ତାଳୀ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏସନ୍ ର ସଭାପତି ଇଂ‌ ସୁଦର୍ଶନ ହେମ୍ବ୍ରମ ଏବଂ ସାଗେନ୍ ସାର୍ନା ଏକାଡେମିକ ମୁଖ୍ୟ ଇଂ ଯଦୁମଣି ହାଁସଦା ଗଣମାଧ୍ୟମକୁ କହିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଇଂ ବିଶ୍ବନାଥ ମୁର୍ମୁ,ଇଂ ସାଲଖୁ ମାଝୀ,ଇଂ ବିଶ୍ବନାଥ ଵେଶ୍ରା,ଇଂ ସଲାରାମ ହାଁସଦାଃ,ଇଂ ଠାକୁର ବେଶ୍ରା,ଇଂ ବିଜୟ ଶଙ୍କର ବେଶ୍ରା, ଏବଂ ଅନ୍ୟ ଇଞ୍ଜିନିୟର ସଦସ୍ଯବୃନ୍ଦ ସହଯୋଗ କରିଥିଲେ । ଆଗକୁ ଏହି ଅନୁଷ୍ଠାନ ପକ୍ଷରୁ ବହୁ କିଛି ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଭାପତି ଇଂ ସୁଦର୍ଶନ ହେମ୍ବ୍ରମ କହିଥିଲେ । ଆୟୋଜନ କାରୀଙ୍କ ସାଧୁ ଉଦ୍ୟମକୁ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ପ୍ରଶଂସା କରିଥିଲେ ।