Onn 3

୨୯ରୁ ଭୁବନେଶ୍ୱରରୁ ଗୌହାଟୀକୁ ପ୍ରତିଦିନ ଉଡ଼ିବ ବିମାନ

State

Plane_1697537823

ଭୁବନେଶ୍ବର : ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେବ ଓଡ଼ିଶା । କମିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ। ୨୧ତମ ସ୍ଥାନ ଭାବେ ଭୁବନେଶ୍ଵରରୁ ଆସାମର ଗୌହାଟୀକୁ ଉଡ଼ିବ ବିମାନ । ଅକ୍ଟୋବର ୨୯ରୁ ପ୍ରତିଦିନ ଭୁବନେଶ୍ଵର-ଗୌହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ ଏୟାରଲାଇନ୍ସ ।
ଭୁବନେଶ୍ଵରରୁ ଗୌହାଟୀ ମାତ୍ର ଦେଢ଼ ଘଣ୍ଟା ଲାଗିବ । ପ୍ରତିଦିନ ବିମାନଟି ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ଵର ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ । ସେହିପରି ଏହା ଗୌହାଟୀରୁ ଅପରାହ୍ନ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ।
ଆଗାମୀ ଦିନରେ ଭୁବନେଶ୍ଵର ବିମାନ ବନ୍ଦରରୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।