ବିଧାୟକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଦେବା ପାଇଁ ଉପସ୍ଥିତ ନ ହୋଇ ପୁଣି ସମୟ ମାଗିଥିଲେ । ଏଥିରେ ହାଇୋକୋର୍ଟ ବିରକ୍ତି ପ୍ରକାଶ କରିବା ସହ କୋର୍ଟର ସମୟ ନଷ୍ଟ କରୁଥିବା ଅଭିଯୋଗ ଆଣି ତାଙ୍କ ଉପରେ ୧୦ ହଜାର ଜରିମାନା ଆଦେଶ ଦେଇଛନ୍ତି । ଏହି ଜରିମାନା ବାର ଆସୋସିଏସନ ୱେଲଫେୟାର ଫଣ୍ଡରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ମୋକିମଙ୍କୁ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଦେବା ପାଇଁ କୁହାଯାଇଥିଲା । ହେଲେ ବିଧାୟକଙ୍କୁ କୋର୍ଟରେ ହାଜର ହେବାପାଇଁ ଅଧିକ ସମୟ ଦେବା ପାଇଁ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଏର କରାଯାଇଥିଲା । ଏହା ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଜରିମାନା ଆଦେଶ ଦେବା ସହ ଅକ୍ଟୋବର ୧୭ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ କି, ଏହା ପୂର୍ବରୁ ଏକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ବିଧାୟକ ହାଜର ନ ହେବାରୁ ଓଡ଼ିଶା ହାଇକୋର୍ଟ ଅଗଷ୍ଟ ୪ ତାରିଖରେ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ ।