Onn 3

କାର୍ଗୋ ପରିଚାଳନାରେ ରେକର୍ଡ କଲା ଆଦାନୀ ଧାମରା ପୋର୍ଟ

State

 

kar

ଧାମରା:ଆଦାନି ଧାମରା ପୋର୍ଟର ରେକର୍ଡ । କାର୍ଗୋ ପରିଚାଳନାରେ ଆଦାନୀ ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଅଧିନରେ ଥିବା ଧାମରା ବନ୍ଦର ଗତ ୨୪ ଘଣ୍ଟା  ମଧ୍ୟରେ୨, ୨୬. ୬୧୦ ମେଟ୍ରିକ ଟନ କାର୍ଗୋ ପରିଚାଳନା କରି ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିଛି ।

ପୂର୍ବରୁ ଧାମରା ପୋର୍ଟ ୨୦୨୩ ମେ’  ୩୦ ତାରି୍‌ରେ ୧, ୮୫, ୮୫୬ ମେଟ୍ରିକ ଟନ କାର୍ଗୋ ପରିଚାଳନା କରିଥିଲା । ଧାମରା ପୋର୍ଟର ଏହି ସଫଳତାକୁ ନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଠାକୁର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିବା ସମ୍ଭବ ହୋଇ ପାରିଛି ବୋଲି ସେ କହିଛନ୍ତି । ଏଥସହିତ ଆଗାମୀ ଦିନରେ ଏହି ପୋର୍ଟ କିପରି ଅଧିକରୁ ଅଧିକ ସଫଳତା ହାସଲ କରିବ ସେ ନେଇ ପ୍ରଚେଷ୍ଟା ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ ।ଏହି ଅବସରରେ କେକ କଟାଯାଇ ଉତ୍ସବ ପାଳନ କରାଯାଇଥିଲା ।

ଏଠି କହିରଖିବୁ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ (ଏପିଏସଇଜେଡ) ହେଉଛି ଭାରତର ସର୍ବ ବୃହତ ବନ୍ଦର ଓ ଲଜିଷ୍ଟିକ କମ୍ପାନୀ । ଏହା ଦେଶର ଏକ ଚତୁର୍ଥାଂଶ କାର୍ଗୋ ପରିଚାଳନା କରିଥାଏ । ଏପିଏସଇଜେଡ ଅଧୀନରେ ଗୁଜରାଟ, ଗୋଆ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଓଡ଼ିଶା ଆଦି ୭ଟି ରାଜ୍ୟର ୧୩ଟି ଘରୋଇ ବନ୍ଦର ପରିଚାଳିତ ହେଉଛି । ଏଥସହିତ ଏପିଏସଇଜେଡ ତାର କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରତିଶ୍ରୁତିବଦ୍ଧ ।