Onn 3

ପୁର୍ବତନ ପ୍ରଧାନଶିକ୍ଷକ ପୁର୍ଣ୍ଣଚନ୍ଦ୍ର ସିଂହଙ୍କ ପରଲୋକ

State

ବାରିପଦା: ଶାମାଖୁଂଟା ବ୍ଲକ ଅନ୍ତର୍ଗତ ଝିନେଇ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ସିଂହ ଗତକାଲି ବାରିପଦା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୮୫ ବର୍ଷ ବୟସରେ ମୁତ୍ୟୁବରଣ କରିଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ତା ୦୯/୧୦/୨୩ ରିଖ ସେ ଡାକ୍ତରଖାନରେ ଭର୍ତ ି ହୋଇଥିଲେ ଓ ୧୧/୧୦/୨୩ ରିଖ ଅପରାହ୍ନ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃୁତ୍ୟୂ ବେଳକୁ ତାଙ୍କର ଦୁଇ ଜ୍ନାଇଁ , ଝିଅ , ନାତୁଣୀ ଓ ଦୁଇ ନାତିଆ ଡାକ୍ତରଖାନାରେ ଉପସ୍ଥିତ ଥିଲୋ ସେ ଜଣେ ପରୋଉପକାରୀ , ସମାଜସେବୀ, ଓ ଅତ୍ୟନ୍ତ ଭଦ୍ର ଲୋକଥିଲେ । ମୁଣ୍ଡା ସମାଜର ପୁରାତନ ସଂଗଠନ ମୂଣ୍ଡାରୀ ସାମଜ ସାୱାଁର ଜାମଡା ଓ ଭାରତ ମୁଣ୍ଡା ସମାଜର ସେ ଜଣେ ସକ୍ରିୟ ସଦସ୍ୟ ଭାବେ ଦୀର୍ଘ ବର୍ଷ ଧରି ସାମାଜିକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ । ଅଲ ୍‌ଗୁରୁ ପଣ୍ଡିତ ରୋହିଦାସ ସିଂ ନାଗ ୍‌, ରାଁଚି ବିଶ୍ୱବିଦ୍ୟାଳୟର ଉପକୁଳପତି ସ୍ୱର୍ଗତଃ ଡ. ରାମଦୟାଲ ମୁଣ୍ଡା , ଭାରତ ମୁଣ୍ଡା ସମାଜର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତଃ ସନାତନ ପୁଣ୍ଡାଙ୍କ ସହିତ ତାଙ୍କର ଘନିଷ୍ଟ ସମ୍ପର୍କ ଥିଲା ।

ତାଙ୍କର ମୃତ୍ୟୁ ଖବର ପାଇ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ , ଶିକ୍ଷକ ବନ୍ଧୁ , ଭାରତ ମୁଣ୍ଡା ସମାଜର କର୍ମକର୍ତ । ସର୍ବଶ୍ରୀ ରବିନ୍ଦ୍ର ନାଥ ସିଂ, ନାଥ ସିଂହ , ମନୋଜ କୁମାର ମୁଣ୍ଡା, ଗୋବର୍ଦ୍ଧନ ସିଂ, ସୁନାରାମ ସିଂ, ଗୁରୁଚରଣ ସିଂ, ଗୌରଚନ୍ଦ୍ର୍ର ସିଂ, ଶାନ୍ତିଲତା ସିଂ, ସବରନ ସିଂ, ବାଇଧର ସିଂ ଓ ରବିନ୍ଦ୍ର କୁମାର ସିଂ ପ୍ରଭୃତି ଶେଷ ଦର୍ଶନ ପାଇଁ ତାଙ୍କ ର ଗ୍ରାମ କିଶନ ଡାହି ରେ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦ ୍‌ଗ ତି ପାଇଁ ଦୁଇ ମିନିଟ ୍ ନୀରବ ପ୍ରାର୍ଥ ନା କରିଥିଲେ । ତାଙ୍କର ଶବ ସତ୍କାର କାର୍ଯ୍ୟ କିଶନ ଡାହିରେ ହୋଇଥିଲା ଓ ତାଙ୍କର ଏକମାତ୍ର ପୁତ୍ର ଧନିରାମ ସିଂ ମୁଖାଗ୍ନି ଦେଇଥିଲେ ।