Onn 3

ମଣିପୁରରେ ସୁରକ୍ଷା ବାହିନୀର କୋମ୍ବିଂ ଅପରେଶନ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

National & International

Untitled-1-252

ଇମ୍ଫାଲ,୧୨।୧୦: ହିଂସା ପ୍ରଭାବିତ ମଣିପୁରରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଗୁରୁବାର ଚୁରାଚାନ୍ଦପୁର ଜିଲାର କଙ୍ଗୱାଇ ସବଡିଭିଜନର ଗୋଥୋଲ ଗ୍ରାମରେ କୋମ୍ବିଂ ଅପରେଶନ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ମଣିପୁର ପୋଲିସର କର୍ମଚାରୀ ସାମିଲ ଥିଲେ।

ଏଥିରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ମିଳିତ ଅପରେଶନ ଗୁରୁୱାଲ ଭୋର ପ୍ରାୟ ୩.୩୦ରୁ ଆରମ୍ଭ ହୋଇ ଅପରାହ୍ନ ପ୍ରାୟ ୧୨.୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ସୂଚନାନୁସାରେ, ୯ ଆସାମ ରାଇଫଲର ମେଜର ଅନୁରାଗ ବେନିୱାଲଙ୍କ ନେତୃତ୍ୱରେ ବିଏସଏଫ, ଆସାମ ରାଇଫଲ ଏବଂ ମଣିପୁର ପୋଲିସର ମିଳିତ ଟିମ ଚୁରାଚାନ୍ଦପୁର ଜିଲାର କଙ୍ଗୱାଇ ସବ ଡିଭିଜନର ଗୋଥୋଲ ଗାଁର ସାଧାରଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲେ।

ଅପରେଶନରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।